ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ପ୍ରେମଦାସା ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ୪୨ ଲକ୍ଷ ଦେଲେ ଜୟ ଶାହ; କାରଣ କ'ଣ?

Image courtesy: Jansatta

କଲମ୍ବୋ,୧୭/୦୯: ଏସିଆ କପ୍‌ ଫାଇନାଲରେ ଭାରତର ଦ୍ରୁତ ବୋଲିଂ ଶ୍ରୀଲଙ୍କାକୁ ବେହାଲ କରିଦେଲା। ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ। ମାତ୍ର ୫୦ ରନ୍‌ କରି ସମସ୍ତ ଓ୍ବିକେଟ ହରାଇଥିଲା ଶ୍ରୀଲଙ୍କା। ତେବେ ଏହି ସହଜ ବିଜୟ ଲକ୍ଷ୍ୟକୁ ହାସଲ କରି ଭାରତ ଏସିଆ କପ୍‌ ୨୦୨୩ର ଚାମ୍ପିୟନ ହୋଇଛି। କିନ୍ତୁ ଏହାରି ଭିତରେ ବିସିସିଆଇ ସଚିବ ତଥା ଏସିଆନ କ୍ରିକେଟ କାଉନସିଲ୍‌ର ଅଧ୍ୟକ୍ଷ ଜୟ ଶାହ କଲୋମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ୫୦,୦୦୦ ଆମେରିକୀୟ ଡଲାର ଅର୍ଥାତ୍‌ (୪୨ ଲକ୍ଷ ଟଙ୍କା) ଦେବାକୁ ଘୋଷଣା କରିଛନ୍ତି। 

୪୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା ମ୍ୟାଚ୍‌:

ଜୟ ଶାହା ଗ୍ରାଉଣ୍ଡ କର୍ମଚାରୀଙ୍କ କାମ ପାଇଁ ଏହି ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ସୂଚନାଥାଉକି, ସମଗ୍ର ଏସିଆ କପରେ କଲମ୍ବୋରେ ବର୍ଷା ହୋଇଥିଲା ଏବଂ ଗ୍ରାଉଣ୍ଡ କର୍ମଚାରୀମାନେ ପଡ଼ିଆ ଉପରେ ପାଲ ବିଛାଇବା ସାଙ୍ଗକୁ ଅନ୍ୟ ଆନୁସଙ୍ଗିକ କାମ  ପ୍ରସ୍ତୁତିରେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ। ଫାଇନାଲ୍ ମ୍ୟାଚ୍ ରେ ମଧ୍ୟ ଟସ୍ ପରେ ବର୍ଷା ହୋଇଥିଲା, କିନ୍ତୁ ଗ୍ରାଉଣ୍ଡ କର୍ମଚାରୀଙ୍କ ସାହାଯ୍ୟରେ ଫିଲ୍ଡ ଶୀଘ୍ର ପ୍ରସ୍ତୁତ ହୋଇଥିଲା। ତେବେ ମ୍ୟାଚଟି ୪୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା।


ଜୟ ଶାହା ପ୍ରେମଦାସା ଷ୍ଟାଡିୟମର ଗ୍ରାଉଣ୍ଡ କର୍ମଚାରୀଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଏକ ଟୁଇଟ୍ ଜରିଆରେ କହିଛନ୍ତି, “କ୍ରିକେଟ୍ ର ଅଜ୍ଞାତ ହିରୋମାନଙ୍କୁ ବଡ଼ ସଲାମ! କଲମ୍ବୋ ଏବଂ କାଣ୍ଡିରେ ଉତ୍ସର୍ଗୀକୃତ କ୍ୟୁରେଟର ତଥା ଗ୍ରାଉଣ୍ଡମ୍ୟାନ୍‌ଙ୍କ ପାଇଁ ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ଏବଂ ଶ୍ରୀଲଙ୍କା କ୍ରିକେଟ୍ (SLC) କୁ ୫୦,୦୦୦ ଡଲାରର ଏକ ପୁରସ୍କାର ରାଶି ଘୋଷଣା କରି ଆମେ ଗର୍ବିତ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.