ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଆଜିଠୁ ବଜେଟ୍‌ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା, ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ

ଭୁବନେଶ୍ୱର,୦୫/୦୨: ଆଜିଠୁ  ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ବଜେଟ  ଅଧିବେଶନ ଚାଲିବ । ମୋଟ ୨୮ ପ୍ଲାଟୁନ୍‌ ପୁଲିସ  ଫୋର୍ସ ମୁତୟନ ହୋଇଛନ୍ତି । ୧୦୦ରୁ ଅଧିକ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । 

ଆସନ୍ତା ୧୩  ତାରିଖ ଯାଏ ବିଧାନସଭା ଓ ଆଖପାଖ ଅଞ୍ଚଳ  ପୁଲିସ ଛାଉଣି ମଧ୍ୟରେ ରହିବ । ଡିସିପି ପ୍ରତୀକ  ସିଂଙ୍କ ସହ ୮ଜଣ ଅତିରିକ୍ତ ଡିସିପି, ୧୬ ଜଣ  ଏସିପି, ୨୦ ଜଣ ଇନ୍ସପେକ୍ଟର ସୁରକ୍ଷା ବ୍ୟବସ୍ଥାର  ତଦାରଖ କରିବେ । ବିଧାନସଭା ଚାରିପଟେ ସଶସ୍ତ୍ର  ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିଛନ୍ତି ।  ୯ ସେକ୍ସନ ଷ୍ଟ୍ରାଇକିଂ ଫୋର୍ସ ବିଧାନସଭା ପାଖ  କଣ୍ଟ୍ରୋଲ ରୁମ୍‌ ଆଖପାଖରେ ମୁତୟନ ହୋଇଛନ୍ତି । ୨ ସେକ୍ସନ  ମୋବାଇଲ୍‌ କ୍ୟୁଆର୍‌ଟି ଦଳ ଓ ଏସ୍‌ଟିୟୁର ୨ଟି  ୟୁନିଟ୍‌ ବିଧାନସଭା ଚାରିପାଖେ ମୁତୟନ ହୋଇଛନ୍ତି ।  ୧ ସେକ୍ସନ କ୍ୟୁଆର୍‌ଟି ଲୋକସେବା ଭବନରେ ଜଗିଛନ୍ତି । ବିଧାନସଭା ଛାତ ଉପରେ ରୁଫ୍‌ ଟପ୍‌  ପୁଲିସ ବନ୍ଧୁକ ଧରି ମଧ୍ୟ ମୁତୟନ ହୋଇଛନ୍ତି । ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି ।

ରିଜର୍ଭ ପଡି଼ଆରେ  ୩ଟି ସେକ୍ସନ ପୁଲିସ୍‌କୁ ସଜାଗ ରଖାଯିବ ।  ଯେକୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ  ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ୱାଡ୍‌, ଅଗ୍ନିଶମ  ବିଭାଗ ତୀକ୍ଷ୍ମ ନଜର ରଖିବ । ବିଧାନସଭାଠାରୁ  ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ର ମଣ୍ଡପ  ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି ।  ଆନ୍ଦୋଳନକାରୀଙ୍କ ଠାରୁ ଆରମ୍ଭ କରି ସନ୍ଦିଗ୍ଧ,  ସମସ୍ତଙ୍କ ଗତିବିଧି ଉପରେ ନଜର ରଖାଯିବ । ବିଧାନସଭା ଗେଟ୍‌, ରବୀନ୍ଦ୍ର ମଣ୍ଡପ ଗେଟ୍‌, ଲୋୟର  ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ  କଣ୍ଟ୍ରୋଲ ରୁମ୍‌ କରାଯାଇଛି ।ବିଧାନସଭାକୁ ସଂଯୋଗ  କରୁଥିବା ୫ଟି ରୁଟ୍‌କୁ ଡାଇଭର୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.