ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ନିସର୍ତ୍ତ କ୍ଷମା ମାଗିଲେ ଯୋଗଗୁରୁ ରାମଦେବ, ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ   ଚାଲିଥିଲା। ଏହି ମାମଲାରେ  ବାବା ରାମଦେବଙ୍କୁ କୋର୍ଟ କଡା ଭର୍ତ୍ସନା କରିଛନ୍ତି। ମଙ୍ଗଳବାର ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇ ବିନା ସର୍ତ୍ତରେ କ୍ଷମା ମାଗିବା ସହ ଏକ ସତ୍ୟପାଠ ଦାଖଲ କରିଥିଲେ, ତେବେ ଉଭୟଙ୍କ କ୍ଷମା ଆବେଦନକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ।ଶୁଣାଣି ବେଳେ କୋର୍ଟ ପତଞ୍ଜଳି ପକ୍ଷରୁ ଦାଖଲ ହୋଇଥିବ ସତ୍ୟପାଠ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଓ ପତଞ୍ଜଳି ଆର୍ୟୁବେଦର ପରିଚାଳନା ନିର୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେବାର ନିର୍ଦେଶ ଦିଆଯାଇଥିଲା। ମାମଲା ଉପରେ କେବଳ ପତଞ୍ଜଳି ସତ୍ୟପାଠ ଦାଖଲ କରିଥିଲା, ଯାହାର ଏମଡି ଅଛନ୍ତି ବାଳକୃଷ୍ଣ।ତେବେ ରାମଦେବଙ୍କୁ ବ୍ୟକ୍ତିଗତ ରୂପରେ ସତ୍ୟପାଠ ଦାଖଲ କରିବାର ଥିଲା। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ବାବା ରାମଦେବଙ୍କୁ କହିଛନ୍ତି, 'ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ଆଇନ ଆପଣଙ୍କ ଉପରେ ଅଛି। ଆଇନର ଗୌରବ ଓ ଗରିମା ସବୁଠାରୁ ଉପରେ ରହିଛି।

ବାବା ରାମଦେବଙ୍କ ଓକିଲ କହିଛନ୍ତି, ରାମଦେବ ବ୍ୟକ୍ତିଗତ ରୂପରେ ହାଜର ହୋଇ କ୍ଷମା ମାଗିବାକୁ ଚାହୁଁଥିଲେ। ଏହାକୁ ନେଇ କୋର୍ଟ କହିଛନ୍ତି, ସତ୍ୟପାଠ ଆଗ ଦାଖଲ କରିବା ଦରକାର। କ’ଣ କୋର୍ଟଙ୍କୁ ପଚାରି ସତ୍ୟପାଠ ଦାଖଲ କରିବେ। ୨୧ ନଭେମ୍ବରରେ କୋର୍ଟରେ ସତ୍ୟପାଠ ଦାଖଲ ପରେ ମଧ୍ୟ ପତଞ୍ଜଳି ବିଭ୍ରାନ୍ତିକରଣ ବିଜ୍ଞାପନ ଦଇେଥିଲା। ରାମଦେବ ତା ପରଦିନ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିଥିଲେ।କୋର୍ଟ କହିଛନ୍ତି, ପ୍ରତି ଔଷଧ ପଦ୍ଧତିର ଆଲୋଚନା ହୋଇପାରେ। ରାମଦେବ ଯୋଗ ପାଇଁ ଭଲ କାମ କରିଛନ୍ତି, କିନ୍ତୁ ଆଇନ ବିରୋଧରେ ଯାଇ ଏଭଳି ବିଜ୍ଞାପନ ଦେଖାଇ ପାରିବେନି। କୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ ଆହୁରି ଭଲ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ପୁଣିଥରେ ଏହି ମାମଲାର ଶୁଣାଣି ହେବ। ଏହା ସହିତ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାର ଓ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି, ଏଭଳି ବିଭ୍ରାନ୍ତିକର ବିଜ୍ଞାପନ ଆସିବାରେ ସେମାନେ କ’ଣ ପଦକ୍ଷେପ ନେଇଥିଲେ ?      

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.