ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବିହାର ଶିକ୍ଷକଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ: ଦକ୍ଷତା ବଢ଼ାଅ, ନଚେତ ଚାକିରି ଛାଡ଼

Published By : Prameya | June 29, 2024 10:24 AM

ନୂଆଦିଲ୍ଲୀ,୨୯/୦୬: ରାଜ୍ୟର ଗ୍ରାମାଞ୍ଚଳରେ ଶିକ୍ଷାର ମାନରେ ଉନ୍ନତି ଆଣିବା ସହ ଶିକ୍ଷକଙ୍କ ଦକ୍ଷତା ବଢ଼ାଇବା ଲାଗି ବିହାର ସରକାର  ଶିକ୍ଷକମାନଙ୍କ ଲାଗି ଏକ ଯୋଗ୍ୟତା ପରୀକ୍ଷାର ବ୍ୟବସ୍ଥା କରିଛନ୍ତି । ହେଲେ ଏହାକୁ ବିରୋଧ କରି କିଛି ଶିକ୍ଷକ ସଂଘ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ସେମାନଙ୍କ ଏହି ପିଟିସନ  ଗ୍ରହଣ କରିବାକୁ ମନା କରିଦେଇଛନ୍ତି । 

ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯଦି ନିଜର ଦକ୍ଷତା ବଢ଼ାଇବାକୁ ଚାହୁଁନାହଁ ତେବେ ଚାକରି  ଛାଡିଦିଅ । ବିଚାରପତି ବି.ଭି ନାରରତ୍ନା ଓ ଉଜ୍ଜ୍ୱଳ ଭୂୟାଙ୍କୁ ନେଇ ଗଠିତ  ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି ଶିକ୍ଷକମାନେ ହେଉଛନ୍ତି ଦେଶ  ନିର୍ମାତା । ବିହାର ଭଳି ରାଜ୍ୟରେ ଶିକ୍ଷାର ମାନରେ ଉନ୍ନତି ଆସିବା ନିହାତି  ଦରକାର । ଯଦି ସରକାର ଆଣିଥିବା ବ୍ୟବସ୍ଥାକୁ ଶିକ୍ଷକମାନେ ମାନିବାକୁ  ଚାହୁଁନାହାନ୍ତି ତେବେ ସେମାନେ ଚାକିରି ଛାଡିଦିଅନ୍ତୁ । ଯଦି ସେମାନେ  ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଚାହୁଁଛନ୍ତି ତେବେ ଯୋଗ୍ୟତା ପରୀକ୍ଷାର  ସାମ୍‌ନା କରନ୍ତୁ । 

ବିହାର ସରକାର ଗତବର୍ଷ ଏକ ଆଇନ (ବିହାର  ସ୍କୁଲ ଏକ୍ସକ୍ଲୁସିଭ ଟିଚର୍ସ ରୁଲ-୨୦୨୩) ଆଣିଛନ୍ତି । ଯେଉଁଥିରେ  ଶିକ୍ଷକମାନଙ୍କ ଲାଗି ଏକ ଯୋଗ୍ୟତା ପରୀକ୍ଷାର ବ୍ୟବସ୍ଥା କରାଯାଇଛି ।  ତେବେ ଏହି ପରୀକ୍ଷା ଇଚ୍ଛାଧୀନ ରଖାଯାଇଛି । ଯେଉଁମାନେ ଚାହିଁବେ  ଦେଇପାରିବେ ନଚେତ ନାହିଁ । ଯେଉଁମାନେ ପରୀକ୍ଷା ନଦେବେ  ସେମାନଙ୍କ ଲାଗି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । କିନ୍ତୁ  ଯେଉଁମାନେ ପରୀକ୍ଷା ଦେଇ କୃତକାର୍ଯ୍ୟ ହେବେ ସେମାନଙ୍କୁ ସରକାରୀ  ଶିକ୍ଷକଙ୍କ ଭଳି ସୁବିଧା ମିଳିବ । ମାତ୍ର ଏହାକୁ ଦୁଇଟି ଶିକ୍ଷକ ସଂଘ  ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.