ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହୁମା ଫାଣ୍ଡିରେ ଯୁକ୍ତ ୨ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବିରେ ଫାଣ୍ଡି ଘେରିଲା ବିଜେପି

ଛତ୍ରପୁର, ୨୬/୦୨ : ରମ୍ଭାଥାନା ହୁମା ପୁଲିସ ଫାଣ୍ଡିରେ ଯୁକ୍ତ ଦୁଇ ଛାତ୍ର ଦୀପଜ ସାହୁଙ୍କୁ ଫାଣ୍ଡି ଅଧିକାରୀ ମାଡ଼ ମାରିବା ଘଟଣା। କାର୍ଯ୍ୟାନୁଷ୍ଠାନ ଦାବିରେ ୪ ଘଣ୍ଟା ଧରି ଫାଣ୍ଡି ଘେରାଉ କଲା ବିଜେପି। ଘଟଣା ସ୍ଥଳରେ ଛତ୍ରପୁର ଏସଡିପିଓ ଗୌରହରି ସାହୁଙ୍କ ନେତୃତ୍ୱରେ ଛତ୍ରପୁର ଆଇଆଇସି ନିରୋଦ ଚନ୍ଦ୍ର ସାହୁ, ରମ୍ଭା ଆଇଆଇସି ସତ୍ୟବ୍ରତ ଭୂତିଆ ପ୍ରମୁଖ ପହଞ୍ଚି ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। 

ବିଜେପି ଜିଲ୍ଲା ସଭାପତି ଡାକ୍ତର ସୁବାସ ଚନ୍ଦ୍ର ସାହୁ, ବିଜେପି ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର କର, କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ହୁମା ସମିତି ସଭ୍ୟ ଧ୍ରୁବ ଚରଣ ସାହୁ, ରାମଗଡ଼ ସରପଞ୍ଚ ପ୍ରତିନିଧି ବିକ୍ରମ ଦାସ ହୁମା ସରପଞ୍ଚ ପ୍ରତିନିଧି ସୁଦର୍ଶନ ଦାସଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତରେ ଆଲୋଚନା ହୋଇଥିଲା। ଆସନ୍ତା ୭ଦିନ ମଧ୍ୟରେ ହୁମା ଫାଣ୍ଡି ଅଧିକାରୀଙ୍କୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଜେପି ନେତୃବୃନ୍ଦ। ଏନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସଡିପିଓ ପ୍ରତିଶୃତି ଦେବା ପରେ ଘେରାଉ ସ୍ଥଗିତ ରଖାଯାଇଥିଲା। 

ଉକ୍ତ ଛାତ୍ର ଜଣଙ୍କ ଗତକାଲି ରାତିରେ ବାଇକରେ ୪ଖଣ୍ଡା ଧରି ହୁମା ଛକରେ ବୁଲୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ହୁମା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ମାଡ଼ ମାରିବା ଘଟଣାକୁ ସେ ଅସ୍ଵୀକାର କରିଛନ୍ତି। ଗତକାଲି ଦୀପକ ଗଞ୍ଜାମ ବ୍ଲକ ବି. କାଇଞ୍ଚପୁର ଗ୍ରାମରୁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ବାଇକ ଯୋଗେ ଫେରୁଥିବା ବେଳେ ହୁମା ଫାଣ୍ଡି ଅଧିକାରୀ ତାକୁ ଅଟକାଇ ବ୍ୟବହାର ଖରାପ କରିବା ସହ ଫାଣ୍ଡିକୁ ନେଇ ରାତିସାରା ମାଡ଼ ମାରିଛନ୍ତି ବୋଲି ବିଜେପି ନେତୃବୃନ୍ଦ ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ ଛାତ୍ରଙ୍କ ଘର ହୁମା ଫାଣ୍ଡି ସମୁଖରେ ହୋଇଥିବା ବେଳେ ତାଙ୍କ ପରିବାରଙ୍କୁ ଖବର ଦିଆଯାଇନାହିଁ ବୋଲି ବିଜେପି ନେତୃବୃନ୍ଦ ଏସଡିପିଓଙ୍କ ନିକଟରେ ଅଭିଯୋଗ କରିବା ସହ ବାଇକରେ ଡ଼ିକି ନଥିବା ବେଳେ ୪ଟି ଖଣ୍ଡା କେଉଁଠି ରଖିଥିଲେ ବୋଲି ପ୍ରଶ୍ନ କରିଥିଲେ ବିଜେପି ନେତୃବୃନ୍ଦ। ହୁମା ପୁଲିସ ଫାଣ୍ଡି ଅଧିକାରୀଙ୍କ ଏହିପରି ବାରମ୍ବାର ଘଟଣା ଘଟଉଥିବା ନେଇ ବିଭିନ୍ନ ଲୋକ ଓ ରାଜନୈତିକ ଦଳ ଅଭିଯୋଗ କରିଆସୁଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.