ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

କମ୍ବୋଡ଼ିଆରେ ଚାକିରି ଆଶାରେ ଫସିଥିବା ୬୦ ଯୁବକ ଉଦ୍ଧାର

ନୂଆଦିଲ୍ଲୀ,୨୪/୫: କମ୍ବୋଡ଼ିଆ ଯାଇ ଫସିଥିବା ୬୦ ଭାରତୀୟ ଉଦ୍ଧାର। କମ୍ବୋଡ଼ିଆରେ ଥିବା ଭାରତୀୟ ଦୂତାବାସ ସହଯୋଗରେ ସେମାନେ ସୁରକ୍ଷିତ ଭାବେ ଦେଶକୁ ଫେରି ଆସିଛନ୍ତି। ତେବେ ଅଧିକା ଦରମା ପାଇବାର ଲୋଭ ଦେଖାଇ ଚାକିରି ନିମନ୍ତେ ଉକ୍ତ ଯୁବକମାନଙ୍କୁ କିଛି ଏଜେଅଟ କମ୍ବୋଡଆ ନେଇଯାଇଥିଲା । ମାତ୍ର ଲେଠାରେ ପହଞ୍ଚିବା ପରେ ସେମାନ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେମାନେ ଫେରିବା ନିମନ୍ତେ ଭାରତୀୟ ଦୂତାବାସର ସାହାଯ୍ୟ ଲୋଡିଥିଲେ। ଭାରତୀୟ ଦୂତାବାସ ପକ୍ଷରୁ ସ୍ଥାନୀୟ ପ୍ରଶାସନ ସହାୟତାରେ ଉକ୍ତ ଯୁବକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଦେଶକୁ ପଠାଇ ଦିଆଯାଇଛି।

ଏଥିସହ ବିଦେଶରେ ଚାକିରି ଆଶାରେ ଥିବା ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। ଏହି ଆଡଭାଇଜରୀ ଅନୁଯାୟୀ, ଅନ୍ୟ ଦେଶରେ ଚାକିରି କରିବା ନିମନ୍ତେ ଇଚ୍ଛୁକ ଥିଲେ କେବଳ ବିଦେଶ ମନ୍ତ୍ରାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏଜେଣ୍ଟଙ୍କ ସହ ଯୋଗାଯୋଗ କରନ୍ତୁ। ଏଥିସହ ଭବିଷ୍ୟତରେ ଟୁରିଷ୍ଟ ଭିସାରେ ଚାକିରି ନିମନ୍ତେ ନ ଯିବାରୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.