ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଥ୍ୟୁ ସାମୁଏଲଙ୍କୁ ସିବିଆଇ ତଲବ, ଏପ୍ରିଲ ୪ରେ ନିଜାମ ପ୍ୟାଲେସରେ ହାଜର ହେବାକୁ ନିର୍ଦ୍ଦେଶ

କୋଲକାତା,୨୮/୦୩: ଲୋକସଭା ନିର୍ବାଚନ ପୂର୍ବରୁ ନାରଦାକାଣ୍ଡରେ ପୁଣି ସକ୍ରିୟ ସିବିଆଇ । ସିବିଆଇ ପୂର୍ବତନ ନାରଦା କର୍ତ୍ତା ମାଥ୍ୟୁ ସାମୁଏଲଙ୍କୁ  ପୁଣି ଡକାଇଛି । ତାଙ୍କୁ ଏପ୍ରିଲ ୪ରେ ସକାଳ ୧୧ଟାରେ ନିଜାମ ପ୍ୟାଲେସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସୂଚନାନୁସାରେ, ନାରଦା ମାମଲାର ତଦନ୍ତକାରୀଙ୍କ ନିକଟରେ ନୂତନ ସୂଚନା  ପହଞ୍ଚିଛି । ସେହି ନୂତନ ସୂଚନାକୁ ଆଧାର କରି ମାଥ୍ୟୁ ସାମୁଏଲଙ୍କୁ ଡକାଯାଇଛି । ତଲବର ନୋଟିସ  ପାଇବା ପରେ ମାଥ୍ୟୁ ଉତ୍ତର ଦେଇଛନ୍ତି । ସେ  କହିଛନ୍ତି, କାମ ଯୋଗୁ ସେ ବର୍ତ୍ତମାନ ବାଙ୍ଗାଲୋରରେ  ଅଛନ୍ତି । ଏତେ କମ୍‌ ସମୟ ମଧ୍ୟରେ କୋଲକାତା  ଯିବା ସମ୍ଭବ ନୁହେଁ । ତେବେ ବିମାନ ଯାତ୍ରା ଏବଂ  ରହିବା ଖର୍ଚ୍ଚ ସିବିଆଇ ତରଫରୁ ପଠାଇବାକୁ ପଡିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.