ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଶପଥ ନେବେ ଚନ୍ଦ୍ରବାବୁ, ଏନ୍‌ଡିଏ ବିଧାୟକ ଦଳ ନେତା ନିର୍ବାଚିତ

ଅମରାବତୀ, ୧୨/୦୬ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ୍‌ଡିଏର ଦମ୍‌ଦାର ପ୍ରଦର୍ଶନ ପରେ ବୁଧବାର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ । ବିଜୟୱାଡ଼ାର ଗନ୍ନାବରମ୍‌ ବିମାନବନ୍ଦର ନିକଟରେ କେସରପଲ୍ଲୀ ଆଇଟି ପାର୍କରେ ପୂର୍ବାହ୍ନ ୧୧ଟା ୨୭ ମିନିଟ୍‌ରେ ସେ ଶପଥ ନେବେ । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଏହା ଚତୁର୍ଥ କାର୍ଯ୍ୟକାଳ ହେବ । ନାଇଡୁଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ଅନେକ ବଡ଼ ନେତା ସାମିଲ ହେବେ। ଅଭିନେତାରୁ ରାଜନେତା ହୋଇଥିବା ଜନସେନା ମୁଖ୍ୟ ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । 

ଏହାଛଡ଼ା ଚନ୍ଦ୍ରବାବୁଙ୍କର ପୁଅ ନର ଲୋକେଶ ଓ ଜନସେନା ନେତା ଏସ୍‌ ମନୋହର ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି । ନାଇଡୁଙ୍କର ମନ୍ତ୍ରିମଣ୍ଡଳରେ ଟିଡିପିକୁ ୨୦, ଜନସେନାକୁ ୩, ବିଜେପିକୁ ଦୁଇଟି ମନ୍ତ୍ରୀ ପଦ ମିଳିପାରେ । ପୂର୍ବରୁ ଆଜି ନୂଆ ସରକାର ଗଠନ ଲାଗି ବିଜୟୱାଡ଼ାରେ ଏନ୍‌ଡିଏ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ତେଲଗୁ ଦେଶମ୍‌ ପାର୍ଟି(ଟିଡିପି), ଜନସେନା ଓ ବିଜେପିର ବିଧାୟକମାନେ ସାମିଲ ହୋଇଥିଲେ । ସେଠାରେ ସର୍ବସମ୍ମତିକ୍ରମେ ଚନ୍ଦ୍ରବାବୁ ନାଇଡୁଙ୍କୁ ଏନ୍‌ଡିଏ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ଏହାପରେ ଚନ୍ଦ୍ରବାବୁ ନାଇଡୁ, ପବନ କଲ୍ୟାଣ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ଡି.ପୁରନ୍ଦେଶ୍ୱରୀ ରାଜ୍ୟପାଳ ଏସ୍‌ ଅବଦୁଲ ନଜିରଙ୍କୁ ସାକ୍ଷାତ କରି ସରକାର ଗଠନର ଦାବି ଉପସ୍ଥାପନ କରିଥିଲେ । ରାଜ୍ୟପାଳ ତାଙ୍କୁ ସରକାର ଗଠନ ଲାଗି ନିମନ୍ତ୍ରଣ କରିଛନ୍ତି । ଶପଥଗ୍ରହଣ ଦିନ ନାଇଡୁ ଅମରାବତୀକୁ ରାଜ୍ୟର ରାଜଧାନୀ ଭାବେ ଘୋଷଣା କରିପାରନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.