ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ନା ରଜନୀକାନ୍ତ...ନା କମଲ ହାସନ... ନା ଥଲାପତି ବିଜୟ, ଏହି ହିରୋ ସାଉଥ ଇଣ୍ଡିଆର ସବୁଠାରୁ ଧନୀ ସପୁରଷ୍ଟାର

ନୂଆଦିଲ୍ଲୀ,୧୩/୧୧ :  ଭାରତରେ ଧନୀ ଫିଲ୍ମ ତାରକାଙ୍କ ଲିଷ୍ଟ ବହୁତ ଲମ୍ବା । ବଲିଉଡ଼ରୁ ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ ସୁପରଷ୍ଟାର୍ସ ଅଛନ୍ତି । ଯେଉଁମାନେ କେବଳ ନିଜର ଦମଦାର୍ ଆକ୍ଟିଂ ଲାଗି ପରିଚିତ ଅଛନ୍ତି ସେତିକି ନୁହେଁ ବରଂ ଧନୀ ପାଇଁ ମଧ୍ୟ ଫେମସ୍ ଅଛନ୍ତି । ଏହି ଷ୍ଟାର୍ସ ଗୋଟିଏ ଫିଲ୍ମ ଲାଗି ଏତେ ମୋଟା ଫିସ୍ ଚାର୍ଜ କରିଥାନ୍ତି କି ମେକର୍ସମାନଙ୍କ ଝାଳ ବାହାରିପଡ଼େ । ଆଜି ଆମେ ଆପଣଙ୍କୁ ଏକ ଏଭଳି ସୁପରଷ୍ଟାରଙ୍କ ବିଷୟରେ କହିବୁ ଯିଏ ଧନୀ ମାମଲାରେ ସାଉଥ ଇଣ୍ଡିଆରେ ରାଜ୍ କରିଥାନ୍ତି । ସେ ଆଉ କେହି ନୁହନ୍ତି ବରଂ ଚିରଞ୍ଜିବୀ ଅଟନ୍ତି ।

ସୂଚନା ମୁତାବକ, ଭାରତର ସବୁଠାରୁ ଧନୀ ସୁପରଷ୍ଟାର ଶାହରୁଖ ଖାନ ଅଟନ୍ତି । ଯାହାଙ୍କ ନେଟ ଓ୍ବର୍ଥ ୭୩୫ ମିଲିୟନ ଡଲାର ଅଟେ । ଯଦି ତାହାକୁ ଇଣ୍ଡିଆନ କରେନ୍ସିରେ କନର୍ଭଟ କରାଯାଏ ୬୦୦୦କୋଟିରୁ ବି ଅଧିକ ଅଟେ କିନ୍ତୁ ସାଉଥ ଇଣ୍ଡିଆର ସବୁଠାରୁ ଧନୀ ସୁପରଷ୍ଟାର ଚିରଞ୍ଜିବ ଅଟନ୍ତି । ତାଙ୍କର ନେଟ ଓ୍ବର୍ଥ ୨୦୦ମିଲିୟନ ଡଲାର ଅଟେ । ଇଣ୍ଡିଆନ କରେନ୍ସିରେ ଏହାକୁ ହିସାବ କଲେ ୧୬୦୦କୋଟିରୁ ବି ଅଧିକ ଅଟେ । 

ତାମିଲ, ତେଲଗୁ ଏବଂ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦ୍ବିତୀୟ ସବୁଠାରୁ ଧନୀ ଅଭିନେତା ରାମ ଚରଣ ଅଟନ୍ତି । ଯିଏ ‘ଆରଆରଆର’ଫିଲ୍ମରେ ସାରା ବିଶ୍ବରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି । ଚିରଞ୍ଜିବଙ୍କ ପୁଅ ରାମ ଚରଣଙ୍କ ନେଟ ଓ୍ବର୍ଥ ୧୭୫ମିଲିୟନ ଡଲାର ଅଟେ । ଯାହା ଇଣ୍ଡିଆନ କରେନ୍ସିରେ ୧୪୦୦କୋଟି ଟଙ୍କାରୁ ଅଧିକ ଅଟେ । ଫିଲ୍ମ ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରେ ବି ରାମ ଚରଣ ମୋଟା ଅଙ୍କର ଟଙ୍କା କମାଇଥାନ୍ତି । 

ଏହି ଲିଷ୍ଟରେ ସାଉଥ ସିନେମାର ସୁପରଷ୍ଟାର ଅକ୍କିନେନୀ ନାଗାର୍ଜୁନ ରାଓ୍ବ ତୃତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କୁ ଲୋକେ ନାଗାର୍ଜୁନ ନାମରେ ଜାଣିଥାନ୍ତି । ୨୦୦୩ରେ ନାଗାର୍ଜୁନଙ୍କ ନେଟ ଓ୍ବର୍ଥ ୧୨୩ମିଲିୟନ ଡଲାର ବୋଲି କୁହାଯାଉଛି । ଆଜି ତାରିଖରେ ଏହା ପ୍ରାୟ ୧୦୦୦କୋଟି ଟଙ୍କା ଅଟେ । ତାଙ୍କ ପୁଅ ନାଗା ଚୈତନ୍ୟ ବି ମୋଷ୍ଟ ପପୁଲାର ଷ୍ଟାର ଅଟନ୍ତି । ଯିଏ ପୂର୍ବ ବର୍ଷ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ଲାଲ ସିଂହ ଚଢ୍ଢା’ରେ ଅମିର ଖାନଙ୍କ ସହ ନଜର ଆସିଥିଲେ । 

ଭାରତର ୨୦ଧନୀ ଫିଲ୍ମ ଷ୍ଟାରଙ୍କ ଭିତରେ ଜୁନିୟର ଏନଟିଆରଙ୍କ ନା ବି ଆସିଥାଏ । ତାଙ୍କର ନେଟ ଓ୍ବର୍ଥ ୬୦ମିଲିୟନ ଅଟେ । ଫିଲ୍ମ ‘ଆରଆରଆର’ରେ ଜୁନିୟର ଏନଟିଆର ରାମ ଚରଣଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ସେହିଭଳି ଥଲାପତି ବିଜୟ ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ନେଟ ଓ୍ବର୍ଥ ୫୬ମିଲିୟନ ଏବଂ ୫୫ମିଲିୟନ ଡଲାର ଅଟେ ।

 

Copyright © 2022 - Summa Real Media Private Limited. All Rights Reserved.