ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

କର୍ମଚାରୀଙ୍କ ପାଇଁ କମ୍ପାନିର ଅଭିନବ ଅଫର୍‌: ଓଜନ କମାଅ, ଟଙ୍କା ନିଅ

ନୂଆଦିଲ୍ଲୀ ୦୯/୦୬: ଓଜନ ବୃଦ୍ଧି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ମୂଳ କାରଣ । ମେଦ ବହୁଳତା ଯୋଗୁ କର୍ମସ୍ଥଳୀରେ ଲୋକଙ୍କ ଉତ୍ପାଦକତା ମଧ୍ୟ ହ୍ରାସ ପାଉଛି । ଏବେ ଚୀନ୍‌ର ଏକ କମ୍ପାନି ଏହାର ସମାଧାନ ବାହାର କରିଛି । ଇନ୍‌ଷ୍ଟା ୩୬୦ ନାମକ ଏହି ଟେକ୍‌ କମ୍ପାନି ନିଜ କର୍ମଚାରୀଙ୍କ ପାଇଁ ଏକ ପ୍ରୋତ୍ସାହନ ଆଧାରିତ ଓଜନ ହ୍ରାସ ଯୋଜନା ଆରମ୍ଭ କରିଛି, ଯାହା ଖୁବ୍‌ ଲୋକପ୍ରିୟତା ପାଉଛି । ଯେଉଁ କର୍ମଚାରୀ ଓଜନ ହ୍ରାସ କରୁଛନ୍ତି, କମ୍ପାନି ସେମାନଙ୍କୁ ପୁରସ୍କାର ସ୍ୱରୂପ ପ୍ରାୟ ୧ ମିଲିଅନ୍‌ ୟୁଆନ (୧୪୦,୦୦୦ ଆମେରିକୀୟ ଡଲାର) ପ୍ରଦାନ କରୁଛି । 

ଗୁଆଙ୍ଗଡଙ୍ଗ ପ୍ରଦେଶର ଶେନ୍‌ଝେନ୍‌ରେ ଏହି କମ୍ପାନି ଅବସ୍ଥିତ । ୨୦୨୩ ମସିହାରେ ଏହି କାର୍ଯ୍ୟକ୍ରମ କମ୍ପାନି ଆରମ୍ଭ କରିଥିଲା । ଏହାର ଫଳସ୍ୱରୂପ ୧୫୦ ଜଣ କର୍ମଚାରୀ ପ୍ରାୟ ୮୦୦ କିଲୋ ଓଜନ କମାଇଥିଲେ । ପୁରସ୍କାର ସ୍ୱରୂପ କମ୍ପାନି ସେମାନଙ୍କୁ ମୋଟ୍‌ ୯୮୦,୦୦୦ ୟୁଆନ (୧୩୫,୨୧୩ ଆମେରିକୀୟ ଡଲାର) ଅର୍ଥ ରାଶି ବୋନସ୍‌ ଦେଇଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଏକ ଓଜନ-ହ୍ରାସ କ୍ୟାମ୍ପ୍‌ ଭଳି ଏହି ନିଆରା କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା, ଯାହା ୩ ମାସ ପାଇଁ ଚାଲିଥିଲା । 

କାର୍ଯ୍ୟକ୍ରମର ପ୍ରତ୍ୟେକ ଅଧିବେଶନରେ ୩୦ କର୍ମଚାରୀ ସାମିଲ ହୋଇଥାନ୍ତି । ପୃଥୁଳ କର୍ମଚାରୀଙ୍କ ଉପରେ ଫୋକସ୍‌ କରି ୫ କ୍ୟାମ୍ପ୍‌ ଆୟୋଜନ କରାଯାଏ । ପ୍ରତ୍ୟେକ କ୍ୟାମ୍ପ୍‌ ୩ ଗ୍ରୁପ୍‌ରେ ବିଭକ୍ତ ହୋଇଥାଏ । ଏଥିରେ ସାମିଲ ବ୍ୟକ୍ତିଙ୍କୁ ପ୍ରତି ସପ୍ତାହରେ ଓଜନ କରାଯାଏ । ଅଧିବେଶନରେ ପ୍ରତି ଥର ୦.୫ କିଲୋ ଓଜନ ହ୍ରାସ କଲେ, ସେମାନଙ୍କୁ ୪୦୦ ୟୁଆନ୍‌ ପୁରସ୍କାର ପ୍ରଦାନ କରାଯାଉଥିଲା । ଯଦି କୌଣସି ଗ୍ରୁପ୍‌ର ଜଣେ ବ୍ୟକ୍ତିଙ୍କ ଓଜନ ବୃଦ୍ଧି ହେଉଥିଲା, ଗ୍ରୁପ୍‌କୁ ବୋନସ୍‌ ବନ୍ଦ କରି ଦିଆଯାଉଥିଲା । ପ୍ରତ୍ୟେକ ୫୦୦ ୟୁଆନ ଫାଇନ୍‌ର ମଧ୍ୟ ସମ୍ମୁଖୀନ ହେଉଥିଲେ । 

ତେବେ ରିପୋର୍ଟ ଅନୁସାରେ, ୩ ମାସିଆ କ୍ୟାମ୍ପ୍‌ରେ କୌଣସି କର୍ମଚାରୀ ଆଦୌ ଓଜନ ବଢ଼ାଇ ନଥିଲେ । କାରଣ କର୍ମଚାରୀଙ୍କ ଭୟ ଥିଲା ଯେ ଯଦି ସେମାନଙ୍କର ଓଜନ ବଢ଼ିବ, ତେବେ କେବଳ ନିଜର ବୋନସ୍‌ ନୁହେଁ, ସାଥୀ କର୍ମଚାରୀଙ୍କ ବୋନସ୍‌ ମଧ୍ୟ ବନ୍ଦ ହୋଇଯିବ । ଏହି କ୍ୟାମ୍ପ୍‌ରେ ଯୋଗ ଦେଇଥିବା କର୍ମଚାରୀଙ୍କ କହିବା ଅନୁସାରେ, ଓଜନ ହ୍ରାସ କରିବା ପରେ ସେମାନଙ୍କ ଶାରୀରିକ ଗଠନ ଅତି ସୁନ୍ଦର ହୋଇଯାଇଛି । ପେଟର ଚର୍ବି ପୂରା କମିଯାଇଛି । ମୁହଁରୁ ଅତିରିକ୍ତ ମାଂସ କମିଯାଇଛି । ପୂର୍ବାପେକ୍ଷା ସେମାନେ ଅଧିକ ହାଲୁକା ଓ ସତେଜ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.