ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ, କାରକେଡ୍ ଉପରକୁ ଆଖିବୁଜା ଗୁଳିମାଡ଼

ଓ୍ବେଷ୍ଟବ୍ୟାଙ୍କ,୮।୧୧: ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମୁଦ ଅବାସଙ୍କୁ ହତ୍ୟା ଉଦ୍ୟମ। ଆତଙ୍କବାଦୀମାନେ ମହମ୍ମୁଦଙ୍କ କାରକେଡ୍ ଉପରକୁ ଆଖିବୁଜା ଗୁଳିମାଡ କରି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ରିପୋର୍ଟ ଅନୁସାରେ, ଅବାସଙ୍କୁ ‘ସନ୍ ଅଫ୍ ଅବୁ ଜନ୍ଦାଲ’ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିବା ପାଇଁ ୨୪ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଥିଲେ। ଏହି ଆତଙ୍କୀ ସଂଗଠନ ଏଭଳି ନକରିବା ନେଇ ଅବାସଙ୍କୁ ଧମକ ଦେଇଥିଲା। କାଲି ଏହି ଡେଡଲାଇନ୍ ଶେଷ ହେବାପରେ ଅବାସଙ୍କ କାରକେଡ୍ ଉପରକୁ ଆକ୍ରମଣ କରାଯାଇଛି, ଯେଉଁଥି‌ରେ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଲ୍ଲେଖନୀୟ ଯେ, ‘ସନ୍ ଅଫ୍ ଅବୁ ଜନ୍ଦାଲ’ ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। 

ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣକାରୀଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ କାରକେଡ୍‌ ଉପରେ ଆକ୍ରମଣର ଭିଡିଓ ସାମନାକୁ ଆସିଛି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, କିଭଳି ‘ସନ୍ ଅଫ୍ ଅବୁ ଜନ୍ଦାଲ’ର ଆତଙ୍କବାଦୀ ରାଷ୍ଟ୍ରପତି ଅବାସଙ୍କ କାରକେଡ୍‌ ଉପରକୁ ଗୁଳିମାଡ କରୁଛନ୍ତି। ରିପୋର୍ଟ ଅନୁସାରେ, ଏକ ଘର ଆଗରେ ଥିବା ଗାଡିର ଆଖପାଖରେ କିଛି ବନ୍ଧୁକଧାରୀ ଅଛନ୍ତି। ଆକ୍ରମଣକାରୀଙ୍କ ଦ୍ବାରା ଚଳାଯାଇଥିବା ଗୁଳିରେ ଅବାସଙ୍କ ବଡିଗାର୍ଡଙ୍କ ଦେହରେ ବାଜିଥିଲା। ସେ ତଳେ ପଡିଯଇଥିଲେ। ଏହା ଭିତରେ ଇସ୍ରାଏଲ ସେନା ମଙ୍ଗଳବାର କହିଥି ଯେ, ତା’ର ସୈନିକ ଏବେ ଗାଜା ସହରର ‘ଆଭ୍ୟନ୍ତରୀଣ ଅଞ୍ଚଳ’ରେ ହମାସ ସହ ଲଢେଇ କରୁଛି, ଏହାପରେ ଯୁଦ୍ଧ ଆହୁରି ବଢିବାର ଆଶଙ୍କା ବଢିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.