ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ, କାରଣ ଅସ୍ପଷ୍ଟ

ବାରିପଦା, ୦୮/୦୨ : ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ। ପାଟ୍ରୋଲିଂ ବେଳେ ନଅଣା ରେଞ୍ଜ ଅଧିନସ୍ଥ ଦୁଦୁରୁଚମ୍ପା ଠାରେ ବାଘର ମୃତଦେହ ଠାବ ହୋଇଛି। ମୃତ ବାଘର ବୟସ ୩ ରୁ ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ମହାବଳ ବାଘର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲା ପରେ ହିଁ ଜଣାପଡିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି। ତେବେ ୨ ଦିନ ଆଗରୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସୂଚନାନୁଯାୟୀ, ଗତ ୫ ତାରିଖ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବନ ବିଭାଗ ଡୁଡୁରୁଚମ୍ପା ନିକଟରୁ ଏକ ମହାବଳ ବାଘର ମୃତଦେହ ଠାବ କରିଥିଲା। ଗତକାଲି ଏନଟିସିଏ ସଦସ୍ୟଙ୍କ ଉପସ୍ଥିତିରେ ବାଘଟିର ବ୍ୟବଚ୍ଛେଦ କରାଯାଇଥିଲା। ଅଧିକ ତଦନ୍ତ ପାଇଁ ବାଘର ହାଡ଼ ଭିସେରା ଲ୍ୟାବ୍‌କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ବାଘର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନୀ।


 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.