ନୂଆଦିଲ୍ଲୀ,୬।୧୧: ଦିଲ୍ଲୀ ପାଇଁ ସୋମବାର ସକାଳ ପ୍ରଦୂଷଣ ଦିନ ଥିଲା। ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆର) ସକାଳେ ୪୮୫ ଥିଲା, ସେଭଳି ଏନ୍ସିଆରର ସହର ଗାଜିଆବାଦ, ଫରିଦାବାଦ, ଗୁରଗ୍ରାମ୍ ଓ ନୋଏଡାରେ ମଧ୍ୟ ବାୟୁ ପ୍ରଦୂଷଣ ସ୍ତର ୪୦୦ ଆଖପାଖରେ ଥିଲା। ଦିଲ୍ଲୀରେ ପ୍ରଦୂଷଣ ମୁକାବିଲ ପାଇଁ ଗ୍ରାପ୍ ଜିଆରଏପି-୪ ଲାଗୁ କରାଯାଇଛି। ଅନ୍ୟ ରାଜ୍ୟକୁ ଆସୁଥିବା ଡିଜେଲ ଟ୍ରକ୍କୁ ରୋକି ଦିଆଯାଇଛି। ଏହାଛଡା ବିଏସ୍-୪ ଓ ବିଏସ୍-୩ର ଡିଜେଲ କାର ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହା ଭିତରେ ଦିଲ୍ଲୀର ପ୍ରଦୂଷଣକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଛି।
ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରୟ ରବିବାର କହିଥିଲେ,ଦିଲ୍ଲୀର ପ୍ରଦୂଷଣ ପାଇଁ ପଞ୍ଜାବରେ ନଡ଼ା ଜଳାଇବାଠାରୁ ଅଧିକ ହରିୟାଣା ଓ ପଶ୍ଚିମ ୟୁପିରେ ନଡ଼ା ଜଳାଇବାର ଘଟଣା ପାଇଁ ଦାୟୀ। ସେଭଳି ବିଜେପି ନେତା ଆମ ଆଦମୀ ପାର୍ଟି ସରକାରଙ୍କ ଉପରେ ଟାର୍ଗେଟ କରୁଛନ୍ତି ଓ ଏହାକୁ ଦିଲ୍ଲୀରେ ପ୍ରଦୂଷଣ କମ୍ କରିବାରେ ବିଫଳ ବୋଲି କୁହାଯାଉଛି। ତେବେ ରବିବାରର ଡାଟା ବିଷୟରେ ଯଦି କଥା ହେବା ତେବେ ପଞ୍ଜାବରେ କୁଟା ଜଳାଇବାର ୩,୨୩୦ ହ୍ରାସ ହୋଇଛି। ଏହାଛଡା ପୁରା ସିଜିନ୍ରେ ଏହି ସଂଖ୍ୟା ୧୭,୪୦୩ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ହରିୟାଣା ସହିତ ଯଦି ତୁଳନା କରିବା ତେବେ ଏହି ସଂଖ୍ୟା ଖୁବ୍ ଅଧିକ। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ହରିୟାଣାରେ ରବିବାର ନଡ଼ା ଜଳାଇବାର ୧୦୯ଟି ଘଟଣା ସାମନାକୁ ଆସିଛି। ସେଭଳି ପୁରା ସିଜିନିରେ ନଡ଼ା ଜଳାଇବାର ଘଟଣା ୧୫୦୦ରୁ ଅଧିକ ରହିଛି।
ମନୋହର ଲାଲ ଖଟ୍ଟର ସରକାର କହିଛନ୍ତି, ସେ ଫସଲ ଜଳାଉଥିବା କୃଷକଙ୍କ ଚାଲାନ୍ କାଟୁଛନ୍ତି। ହରିୟାଣାର ୧୮ଟି ସହରରେ ପଲ୍ୟୁସନ୍ ଖୁବ୍ ବିପଦଜନକ ସ୍ତରରେ ରହିଛି, କିନ୍ତୁ ରାଜ୍ୟ ସରକାରଙ୍କ କହିବା ଅନୁସାରେ, ଏଥିପାଇଁ ପଞ୍ଜାବ ଦାୟୀ। ଯେଉଁଠି ନଡ଼ା ଜଳାଇବାର ଘଟଣା ଅଧିକ ରହିଛି। ପଞ୍ଜାବ ରିମୋଟ ସେନ୍ସିଂ ସେଣ୍ଟର ଡାଟା ଅନୁସାରେ, ରାଜ୍ୟରେ ଏହି ସିଜିନ୍ରେ ଅବଶେଷ ନଡ଼ା ଜଳାଇବାର ୧୭ ହଜାରରୁ ଅଧିକ ଘଟଣା ଘଟିଛି। ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ଯଦିଓ କମ୍, କିନ୍ତୁ ହରିୟାଣାରେ ମୁକାବିଲାରେ ଖୁବ୍ ଅଧିକ ରହିଛି। ହରିୟାଣାର ୧୫୦୦ କେସ୍ ଅନୁସାରେ ୧୦ ଗୁଣାରୁ ଅଧିକ ରହିଛି।