ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ଆଜିଠୁ ଦୁଇ ଦିନ ଧନ୍‌ତେରସ୍‌: କମିଛି ଦର, ବଢ଼ିବ ବେପାର

ଭୁବନେଶ୍ୱର,୧୦/୧୧: ଧନ୍‌ତେରସ୍‌ ବଜାର ସରଗରମ । ଆଲୋକମାଳାରେ ସଜେଇ ହୋଇଛନ୍ତି ଗହଣା ସୋ’ରୁମ୍‌ । ଗ୍ରାହକଙ୍କୁ ଟାଣିବା ପାଇଁ ବ୍ୟବସାୟୀମାନେ ତତ୍ପର । ଏଥର ନଭେମ୍ବର ୧୦ ଏବଂ ୧୧ ଦୁଇଦିନ ସୁନା କିଣିବା ପାଇଁ ଶୁଭ ଥିବା ଜଣାପଡ଼ିଛି । ୱିକେଣ୍ଡ୍‌ରେ ଧନ୍‌ତେରସ୍‌ ପଡୁଥିବାରୁ ଗ୍ରାହକଙ୍କ ଭିଡ଼ ରହିବା ଅନୁମାନ । ଏଣୁ ଗ୍ରାହକଙ୍କୁ ଟାଣିବା ପାଇଁ ଆଗୁଆ ପ୍ରସ୍ତୁତ ରହିଛନ୍ତି ସୋ’ରୁମ୍‌ । ଭଳିକି ଭଳି ଅଫର । ଆକର୍ଷଣୀୟ ରିହାତି ସହ ବିଭିନ୍ନ ପ୍ରକାର ସ୍କିମ୍‌ ଗ୍ରାହକଙ୍କ ମନ ମୋହୁଛି । ହାଲୁକାଠାରୁ ଆରମ୍ଭ କରି ଭାରୀ ଗହଣା ବର୍ଗରେ ରହିଛି ବ୍ୟାପକ ସମ୍ଭାର । ସମ୍ପ୍ରତି ସୁନା ଦର କମିଥିବା ବେଳେ ଭଲ ବେପାର ଆଶା ରଖିଛନ୍ତି ଗହଣା ବ୍ୟବସାୟୀ । ଆଗକୁ ବିବାହ ଋତୁ ଥିବାବେଳେ ଧନ୍‌ତେରସ୍‌-ଦୀପାବଳି ଅଫର୍‌ରେ ଗହଣା କିଣିବା ପାଇଁ ଗ୍ରାହକ ଆସୁଥିବା ଜଣାପଡ଼ିଛି ।

ମଝିରେ ଦର ସାମାନ୍ୟ ବୃଦ୍ଧି ପାଇଥିଲା । ଏବେ କିନ୍ତୁ ଏହା ପୂର୍ବ ସ୍ତରକୁ ଫେରିଆସିଲାଣି । ତେଣୁ ବିକ୍ରିରେ ଦରର ସେଭଳି କୌଣସି ବଡ଼ ପ୍ରଭାବ ପଡ଼ି ନ ପାରେ ବୋଲି କହିଛନ୍ତି ମାଲାବାର ଗୋଲ୍‌ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ । 

ଶ୍ରୀ ରଥ କହିଛନ୍ତି ଯେ, ପୂର୍ବ ବର୍ଷ ତୁଳନାରେ ଭଲ କାରବାର ନେଇ ଆଶା ରହିଛି । ଯୁଦ୍ଧ ଯୋଗୁ ମଝିରେ ସୁନା ଦର ବଢ଼ିଥିଲା । ଏବେ କିନ୍ତୁ ଦର ପୂର୍ବ ସ୍ତରକୁ ଫେରିଆସିଲାଣି । ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୫୬,୦୦୦ ଟଙ୍କା ପାଖାପାଖି ରହିଛି ।  ଆମ ଷ୍ଟୋରରେ ସ୍ୱତନ୍ତ୍ର ଭାବେ କମ୍‌ ଓଜନରେ ଭଳିକି ଭଳି ଗହଣା ଉପଲବ୍ଧ କରାଯାଇଛି । ୪ ଗ୍ରାମ ଓଜନରୁ ନେକ୍‌ଲେସ୍‌ ଆରମ୍ଭ । ଧନ୍‌ତେରସ୍‌ ପାଇଁ ଆମେ ଏକ୍‌ଦମ୍‌ ପ୍ରସ୍ତୁତ ରହିଛୁ । ଧନ୍‌ତେରସ୍‌ ଏବଂ ଦୀପାବଳି ପାଇଁ ଆକର୍ଷଣୀୟ ଅଫର ଆଣିଛୁ । ପ୍ରତି ୩୦,୦୦୦ ଟଙ୍କାର ସୁନା ଗହଣା କ୍ରୟରେ ଏକ ମାଗଣା ସୁନା ମୁଦ୍ରା, ହୀରା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ଏବଂ ପୋଲ୍‌କି ଓ ଜେମ୍‌ଷ୍ଟୋନ୍‌ ଗହଣାର ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ହାଲୁକା ଗହଣାର ଅଧିକ ଚାହିଦା ରହୁଛି । ତନିସ୍କର ଏବିଏମ୍‌ ଅରିନ୍ଦମ ପ୍ରାମାଣିକ କହିଛନ୍ତି, ଚଳିତ ବର୍ଷ ଧନତେରସରେ ଭଲ କାରବାର ଆଶା ରଖିଛୁ । ଧନତେରସ ଶୁକ୍ରବାର ଏବଂ ଶନିବାର ରହୁଥିବାରୁ ଲୋକଙ୍କୁ ସୁନା କିଣିବା ନେଇ ଭଲ ଅବସର ରହିଛି । ଏ ନେଇ ଆମେ ସୋ’ରୁମଗୁଡିକରେ ସ୍ୱତନ୍ତ୍ର  ପ୍ରସ୍ତୁତି ମଧ୍ୟ କରିଛୁ । ଏ ବର୍ଷ ନୂଆ କରି ୩ ସୋ’ରୁମ ଜୟପୁର, କେନ୍ଦୁଝର ଏବଂ ଭଦ୍ରକରେ ସ୍ଥାପନ କରାଯାଇଛି । ଏବେ ଗ୍ରାହକ ହାଲୁକା ଗହଣା କିଣିବାକୁ ପସନ୍ଦ କରୁଛନ୍ତି । ଏହାକୁ ନେଇ ସ୍ୱତନ୍ତ୍ର ଟେକ୍ନୋଲୋଜି ତନିସ୍କ ବିକଶିତ କରିଛି । ଆଗକୁ ବିବାହ ଋତୁ ରହିଥିବାରୁ ଏବେଠାରୁ ଲୋକେ ଆଗୁଆ ଗହଣା ମଧ୍ୟ କିଣୁଛନ୍ତି । ନୂଆ ଲାଇଟୱେଟ୍‌ ଗହଣାଗୁଡିକ ଦୈନଦିନ ବ୍ୟବହାର ସହ ସ୍ୱତନ୍ତ୍ର ଅବସରରେ ମଧ୍ୟ ପିନ୍ଧି ହେଉଛି ।

ରୀତା ଆଣ୍ଡ୍‌ ସନ୍ସର ସ୍ୱତ୍ୱାଧିକାରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଗ୍ରାହକଙ୍କ ଚାହିଦା ହାଲୁକା ଗହଣା ଡିଜାଇନ । ଏହାକୁ ନେଇ ଆମେ ସ୍ୱତନ୍ତ୍ର ପ୍ରସ୍ତୁତି କରିଛୁ । ସ୍ଥାନୀୟ ଡିଜାଇନ ସହ ଦେଶର ବିଭିନ୍ନ ପ୍ରାନ୍ତର ଡିଜାଇନ ଗ୍ରାହକଙ୍କ ଲାଗି ସୋ’ରୁମରେ ଉପଲବ୍ଧ । ସୁନା ଗହଣା ଗଢ଼ା ମୂଲ୍ୟ ମାତ୍ର ୩୫୦ ଟଙ୍କା ରହିଛି । ଦର ବଢ଼ିଲେ ମଧ୍ୟ ଲୋକେ ସୁନା କିଣୁଛନ୍ତି । ଯିଏ ୧୦ ଗ୍ରାମ କିଣୁଥିଲେ ଏବେ ୬ ରୁ ୮ ଗ୍ରାମ କିଣୁଛନ୍ତି । ମାତ୍ର କିଣା ବନ୍ଦ କରିନାହାନ୍ତି । ଏ ବର୍ଷ ଧନ୍‌ତେରସରେ କାରବାର ଭଲ ରହିବ ବୋଲି ଆଶା । 


Copyright © 2022 - Summa Real Media Private Limited. All Rights Reserved.