ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଟ୍ରାକ୍‌ ସ୍ଥିରତା ସହ ନିରାପତ୍ତା ବୃଦ୍ଧିକୁ ପୂର୍ବତଟ ରେଳପଥର ଗୁରୁତ୍ଵ, ଟନେଲରେ ବାଲାଷ୍ଟବିହୀନ ଟ୍ରାକ୍‌ ପ୍ରଯୁକ୍ତିବିଦ୍ୟା

ଭୁବନେଶ୍ୱର, ୧୪/୦୮ : ଏଣିକି ଟନେଲଗୁଡିକ କାମ ବେଳେ ଉନ୍ନତ ବାଲାଷ୍ଟବିହୀନ ଟ୍ରାକ୍‌ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବ ପୂର୍ବତଟ ରେଳପଥ । ଯାହା କୋରାପୁଟ-ସିଙ୍ଗାପୁର ରୋଡ୍‌ ଦୋହରୀକରଣ ପ୍ରକଳ୍ପର ବାଇଗୁଡା-କାକିରିଗୁମ୍ମା ଷ୍ଟେସନ ମଧ୍ୟରେ ଲାଗୁ କରାଯାଇଛି । ଏବେ ଏହି କାମ ଶେଷ ହେବ । ଏହି ପଦ୍ଧତି ଲାଗୁ ଦ୍ୱାରା ଟ୍ରାକ୍‌ ସ୍ଥିରତା, ଦୀର୍ଘାୟୁ ସହ ନିରାପତ୍ତା ବୃଦ୍ଧି କରିବ । ଏହାଦ୍ୱାରା ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ ହେବ । ଯାତ୍ରୀମାନେ ଉନ୍ନତ ଯାତ୍ରା ଅନୁଭବ କରିବା ସହ ଶବ୍ଦ କମିବ । ଟ୍ରାକରେ ଉନ୍ନତ ଜଳ ନିଷ୍କାସନ, ଜଳ ପରିଚାଳନା ବ୍ୟବସ୍ଥା ରହିବ । ଏହାସହ ଶୀଘ୍ର ନିର୍ମାଣ ସରିବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 

ପ୍ରାରମ୍ଭିକ ଭାବେ ପୂର୍ବତଟ ରେଳପଥ ବାଇଗୁଡ଼ା ଏବଂ କାକିରିଗୁମ୍ମା ଷ୍ଟେସନ୍‌ ମଧ୍ୟରେ ୬୦୦ ମିଟର ଟନେଲ୍‌ ପାଇଁ ‘ରେଡା ୨୦୦୦ ବ୍ଲକ୍‌ ସିଷ୍ଟମ୍‌' ସହ ବାଲାଷ୍ଟ ବିହୀନ ଟ୍ରାକ୍‌ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ବାଲାଷ୍ଟ ବିହୀନ ଟ୍ରାକ୍‌ ପ୍ରଣାଳୀ ପୂର୍ବତଟ ରେଳପଥ ମଧ୍ୟରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣାଧୀନ ଟନେଲରେ କାର୍ଯ୍ୟକାରୀ ହେବାକୁ ଯୋଜନା ରହିଛି । ଟନେଲଗୁଡ଼ିକରେ ବର୍ତ୍ତମାନ ପ୍ରଚଳନ ଥିବା ଟ୍ରାକ ପର୍ଯ୍ୟାୟକ୍ରମେ ବାଲାଷ୍ଟ ବିହୀନ ଟ୍ରାକ୍‌ଗୁଡ଼ିକରେ ରୂପାନ୍ତରିତ କରାଯିବ । ଏଥିପାଇଁ ଯୋଜନା ହାତକୁ ନିଆଯାଇଛି । ଏବେ ନିର୍ମାଣାଧୀନ କୋଟାଭାଲାସା-କିରାଣ୍ଡୁଲ, କୋରାପୁଟ-ରାୟଗଡ଼ା ଦୋହରୀକରଣ ପ୍ରକଳ୍ପ ଏବଂ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ଏବଂ ତାଳଚେର-ବିମଳାଗଡ଼ ନୂତନ ରେଳ ଲାଇନମାନଙ୍କରେ ଟନେଲ୍‌ କାର୍ଯ୍ୟ ଚାଲୁ ରହିଛି । 

ବାଲାଷ୍ଟବିହୀନ ଟ୍ରାକ୍‌ ଅଧିକ ଦୃଢ଼ ଏବଂ ପାରମ୍ପରିକ ବାଲାଷ୍ଟେଡ୍‌ ଟ୍ରାକ୍‌ ତୁଳନାରେ କମ୍‌ ରକ୍ଷଣାବେକ୍ଷଣ ଆବଶ୍ୟକ କରେ । ଏହି ପ୍ରଣାଳୀରେ ବାଲାଷ୍ଟର ଅନୁପସ୍ଥିତି, ଅବକ୍ଷୟ ଏବଂ ସ୍ଥାନାନ୍ତର ପରି ସମସ୍ୟାଗୁଡ଼ିକୁ ଦୂର କରିଥାଏ । ଏଥିରେ ଧାଡ଼ିରୁ ଟ୍ରାକ୍‌ ନିର୍ଭୁଲ ହୋଇଥାଏ । ବାଲାଷ୍ଟଲେସ୍‌ ଟ୍ରାକ୍‌ରେ ବ୍ୟବହୃତ ସାମଗ୍ରୀ ଦୀର୍ଘ ସେବା ସ୍ଥାୟିତ୍ୱ ପ୍ରଦାନ କରିଥାଏ । ବାଲାଷ୍ଟ ବିହୀନ ଟ୍ରାକ୍‌ ଅଧିକ ଭାର ପରିଚାଳନା କରିପାରିବ । ଯାହା ସେମାନଙ୍କୁ ହାଇସ୍ପିଡ୍‌ ରେଳ କିମ୍ୱା ଭାରୀ ମାଲ ପରିବହନ ପାଇଁ ଉପଯୁକ୍ତ କରିପାରେ । ବାଲାଷ୍ଟବିହୀନ ଟ୍ରାକ୍‌ ପରିଚାଳନାଗତ ସମସ୍ୟାକୁ ହ୍ରାସ କରିଥାଏ । ଯାହା ଟ୍ରେନ୍‌ ସେବାଗୁଡ଼ିକର ଦକ୍ଷତା ଏବଂ ନିର୍ଭରଯୋଗ୍ୟତାକୁ ବୃଦ୍ଧି କରେ । ବାଲାଷ୍ଟବିହୀନ ଟ୍ରାକ୍‌ କମ୍‌ ଧୂଳି ଏବଂ କମ ଆବର୍ଜନା ସୃଷ୍ଟି କରେ । ଯାହା ଏକ ଟନେଲର ଆବଦ୍ଧ ପରିବେଶରେ, ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ଏବଂ ସଫା କରିବାର ଆବଶ୍ୟକତା ହ୍ରାସରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଅନେକ ବାଲାଷ୍ଟବିହୀନ ଟ୍ରାକ୍‌ ପ୍ରିଫେବ୍ରିକେଟେଡ୍‌ । ଥରେ ସ୍ଥାପିତ ହୋଇଗଲେ, ବାଲାଷ୍ଟବିହୀନ ଟ୍ରାକଗୁଡ଼ିକ ତୁରନ୍ତ ବ୍ୟବହାର କରାଯାଇପାରିବ । ଯାହା ଦ୍ୱାରା ପୂର୍ବର ଟ୍ରାକ୍‌ ସଂସ୍ଥାପନ ସମୟର ଆବଶ୍ୟକତା ବାଲାଷ୍ଟେଡ୍‌ ଟ୍ରାକ୍‌ ପାଇଁ ଆବଶ୍ୟକଗୁଡ଼ିକୁ ଏଡ଼ାଇ ଦିଆଯାଇପାରିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.