ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଜଳକ୍ଲିଷ୍ଟ ଅଞ୍ଚଳରେ ଫସଲହାନି ରୋକିବା ଉପରେ ଗୁରୁତ୍ୱ, ନିର୍ମାଣ ହେବ ‘କ୍ଷେତ ପୋଖରୀ’

ଭୁବନେଶ୍ୱର, ୨୮/୦୮ : ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ଜଳକ୍ଲିଷ୍ଟ ଅଞ୍ଚଳରେ ବ୍ୟବସ୍ଥିତ ହେବ ଜଳସେଚନ । ଜଳାଭାବରୁ ହେଉଥିବା ଫସଲହାନିକୁ ରୋକିବା ପାଇଁ ଜଳଧାରା ବା କ୍ଷେତ ପୋଖରୀ ଖନନ କରାଯିବ। ଅଣଜଳସେଚିତ ଚାଷଜମିଗୁଡ଼ିକୁ ଚିହ୍ନଟ କରାଯାଇ ଏହି ପ୍ରକ୍ରିୟାରେ ସାମିଲ କରାଯିବ । ଫଳରେ ଚାଷୀମାନେ ଆଉ ଜଳ ଅଭାବର ସମ୍ମୁଖୀନ ହେବେନି । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ମାଲକାନଗିରି, କୋରାପୁଟ, ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଓ କଳାହାଣ୍ଡିରେ ହେବାକୁ ଯାଉଛି । ମଙ୍ଗଳବାର ନୂତନ ଜଳଧାରା ବା କ୍ଷେତ ପୋଖରୀ ନିର୍ମାଣ ନେଇ ଏକ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କୃଷି ଭବନରେ ଅନୁଷ୍ଠିତ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ । 

ବୈଠକରେ ନୂତନ ଜଳଧାରା-କ୍ଷେତ ପୋଖରୀ ନିର୍ମାଣ ନିମନ୍ତେ ମୃର୍ତ୍ତିକା ସଂରକ୍ଷଣ ଏବଂ ଜଳସେଚନ ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଏଥିପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ। ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ସଂପୃକ୍ତ ଚାଷୀ ଗୋସୁଗମ ପୋର୍ଟାଲରେ ଆବେଦନ କରିପାରିବେ ଏବଂ ସମୟାନୁକ୍ରମେ ରାଜ୍ୟ ସରକାର ଏହାର ସମୀକ୍ଷା କରିବେ । ଏହାଛଡ଼ା ୧୫ ଏକର ଜମିରେ ବଜ୍ରପାତ ନିରୋଧୀ ତାଳଗଛ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି । କଣ୍ଟା ନଥିବା କାକ୍ଟସ୍‌ ରୋପଣ କରି ପତିତ ଜମିର ପୁନରୁଦ୍ଧାର କରାଯିବ । ସେହିପରି ରିୱାର୍ଡ ସ୍କିମ୍‌ ଅଧୀନରେ ବିଭିନ୍ନ ଜଳଛାୟା ପ୍ରକଳ୍ପର ନବୀକରଣ ନେଇ ସମୀକ୍ଷା ହୋଇଥିଲା । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ମୃର୍ତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ନିଖିଲ ପୱନ୍‌ କଲ୍ୟାଣ, ଯୁଗ୍ମ ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ  ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.