ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ବାଣ ତିଆରି ସମୟରେ ବିସ୍ଫୋରଣ, ବ୍ୟବସାୟୀ ମୃତ

ବେତନଟୀ, ୨୨/୬ : ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ବାଣ ତିଆରି ସମୟରେ ବିସ୍ଫୋରଣ। ବାଣ ବିସ୍ଫୋରଣ ଘଟି ଜଣେ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ଵର୍ଗତ ବଂଶୀଧର ପଲେଇଙ୍କ ପୁଅ ବାଦଲ ଓରଫ ଖଗେଶ୍ୱର ପଲେଇ (୫୬ ବର୍ଷ)।

ସୂଚନାନୁଯାୟୀ, ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ଶନିବାର ଅପରାହ୍ନ ୨ଟାରେ କୌଣସି କାରଣରୁ ବାଣ, ବାରୁଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥିବା ଅସ୍ଥାୟୀ ଘରେ ବିସ୍ଫୋରଣ ଘଟିଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ପୁରା ଗାଁ ଥରି ଉଠିଥିବା ବେଳେ ଖଗେଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଖଗେଶ୍ୱରଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିେ। ତେବେ ବାଣ ବିସ୍ଫୋରଣରେ ଅସ୍ଥାୟୀ ଘରର ଛପର ସମ୍ପୂର୍ଣ୍ଣ ଉଡ଼ି ଯାଇଛି। ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.