ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ୱର କୋର୍ଟ ପଛରୁ ମିଳିଲା ମହିଳା ଖେଳାଳିଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା ଚାଲିଛି କାରଣ ଖୋଜା

ଭୁବନେଶ୍ୱର,୦୯/୦୪: ରାଜଧାନୀରେ ଜଣେ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ହେଲେ ପୁରୀ ଜିଲ୍ଳା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା (୨୧) । ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ପ୍ରଶ୍ନ କରିଛନ୍ତି ତାଙ୍କ ଗାଁର ଆଇନଜୀବୀ ପ୍ରସନ୍ନ ପରିଡ଼ା । ବଡ଼ଗଡ଼ ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି । 

ଆଇନଜୀବୀ ଶ୍ରୀ ପରିଡ଼ାଙ୍କ କହିବା କଥା, ସରୋଜିନୀ ଥିଲେ ବକ୍ସିଂ ଓ ଖୋଖୋ ଖେଳାଳି । ସେ ରାଜ୍ୟସ୍ତରୀୟ ଏକାଧିକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ସେ କଟକ ରୋଡ୍‌ରେ ଏକ ବାଇକ୍‌ ସୋ-ରୁମ୍‌ରେ ଚାକିରି ମଧ୍ୟ କରୁଥିଲେ । ସୋମବାର ରାତିରେ ସରୋଜିନୀଙ୍କ ଘର ଲୋକ ଶ୍ରୀ ପରିଡ଼ାଙ୍କୁ  ଫୋନ୍‌ କରି ମୃତ୍ୟୁ ଖବର ଦେବା ସହ ଘଟଣାସ୍ଥଳକୁ ଆସିବାକୁ କହିଥିଲେ । ଶ୍ରୀ ପରିଡ଼ା ପହଞ୍ଚିଲା ବେଳକୁ ଉକ୍ତ ଘରର କବାଟ ଖୋଲା ଥିଲା । ସରୋଜିନୀଙ୍କ ମୃତଦେହ ଏକ ଗାମୁଛାରେ ଝୁଲୁଥିଲା । ଦୁଇ ପାଦ ତଳେ ଲାଗିଥିଲା । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପରିବାର ଲୋକଙ୍କୁ ସୂଚନା ନ ଦେଇ ଘର ମାଲିକ ଓ ପୁଲିସ୍‌ କେମିତି କବାଟ ଖୋଲିଲେ ତାକୁ ନେଇ ବିବାଦ ଦେଖା ଦେଇଛି। ଶ୍ରୀ ପରିଡ଼ା ସରୋଜିନୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ସରୋଜିନୀଙ୍କୁ ଭଡ଼ା ଦେବା ପୂର୍ବରୁ ତାଙ୍କର କୌଣସି ପରିଚୟ ଘର ମାଲିକଙ୍କ ପାଖରେ ନଥିଲା ବୋଲି ଶ୍ରୀ ପରିଡ଼ା କହିଛନ୍ତି । ପୁଲିସ୍‌ କହିଛି, ଯୁବତୀଙ୍କ ପରିଚୟ ଜାଣିବା ପାଇଁ ଘର ମାଲିକଙ୍କ ସହଯୋଗରେ ଘର ଭଙ୍ଗା ଯାଇଛି । ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବ । ମୃତ୍ୟୁ ପଛରେ କ’ଣ କାରଣ ରହିଛି ତାକୁ ନେଇ ଖୋଳତାଡ଼ ଜାରି ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.