ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫ୍ରାନ୍ସ ନାଗରିକଙ୍କୁ ଭୋଟିଂ ଅଧିକାରକୁ ବିରୋଧ: ନ୍ୟୁ କାଲେଡୋନିଆରେ ହିଂସାତ୍ମକ ବିକ୍ଷୋଭ, ୫ ମୃତ, ୨ ଶହରୁ ଊର୍ଦ୍ଧ୍ୱ ଗିରଫ

ପ୍ୟାରିସ୍‌,୧୭/୦୫: ଫ୍ରାନ୍ସରୁ ପ୍ରାୟ ୧୬ ହଜାର କିମି ଦୂର ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ନ୍ୟୁ କାଲେଡୋନିଆରେ ସୋମବାରଠାରୁ ଲାଗି ରହିଥିବା ବିକ୍ଷୋଭ  ଦଙ୍ଗାରେ ପରିଣତ ହୋଇଛି । ୧୭୧ ବର୍ଷ ହେଲା ଫ୍ରାନ୍ସ କବ୍‌ଜାରେ ଥିବା ନ୍ୟୁ କାଲେଡୋନିଆରେ ମତଦାନ ସମ୍ବନ୍ଧୀୟ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି । ହିଂସାକାଣ୍ଡରେ ଏଠାରେ ଅଦ୍ୟାବଧି ଅନ୍ୟୁନ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୪ ଆହତ ହୋଇଛନ୍ତି । ପୁଲିସ ୨ ଶହରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ଫ୍ରାନ୍ସ ସରକାର ସେଠାରେ ୧୨ ଦିନ ପାଇଁ ଏମର୍ଜେନ୍ସି ଲାଗୁ କରିଛନ୍ତି । ସଡ଼କରେ ସେନା ଟ୍ୟାଙ୍କ ଧରି ପ୍ରସ୍ତୁତ ରହିଛି ।

ରିପୋର୍ଟ ଅନୁସାରେ, ଫ୍ରାନ୍ସ ନିକଟରେ ନ୍ୟୁ କାଲେଡୋନିଆରେ ମତଦାନ ନିୟମରେ ପରିବର୍ତ୍ତନ ପାଇଁ ଏକ ବିଲ୍‌ ପାସ୍‌ କରିଥିଲା । ଏହି ବିଲ୍‌ରେ, ନ୍ୟୁ କାଲେଡୋନିଆରେ ସେଠାକାର ମୂଳବାସିନ୍ଦାଙ୍କ ସମେତ ଫ୍ରାନ୍ସରୁ ଯାଇ ସେଠାରେ ରହୁଥିବା ନାଗରିକଙ୍କୁ ମଧ୍ୟ ଭୋଟିଂ ଅଧିକାର ଦିଆଯାଇଛି । ଫ୍ରାନ୍ସ ନାଗରିକଙ୍କୁ ସେଠାରେ ମତଦାନ ଅଧିକାରକୁ ବିରୋଧ କରି ଏହି ଦ୍ୱୀପରେ ବିକ୍ଷୋଭ ଆରମ୍ଭ ହୋଇଛି । ବିକ୍ଷୋଭକାରୀ ବହୁ ଦୋକାନ, ଘର, ବ୍ୟବସାୟିକ କେନ୍ଦ୍ର, ଶୋ’ରୁମ୍‌ ଆଦିରେ ନିଆଁ ଲଗାଇଦେଇଛନ୍ତି । ଦୋକାନଗୁଡ଼ିକରୁ ଲୁଟ୍‌ପାଟ କରିଛନ୍ତି । ନ୍ୟୁ କାଲେଡୋନିଆ ଦ୍ୱୀପକୁ ଫ୍ରାନ୍ସ କବଳରୁ ମୁକ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । କିଛି ବର୍ଷ ହେଲା ଏହି ଦ୍ୱୀପର ବାସିନ୍ଦା ନିଜକୁ ଅଲଗା ଦେଶ କରିବାକୁ ଦାବି କରିଆସୁଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.