ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ବସିବା ଚୌକିରେ ଦେବାଦେବୀଙ୍କ ଫଟୋ ଚିତ୍ର ! ‘ଏକ୍ସ’ରେ ଫଟୋ ପୋଷ୍ଟ୍‌ କରି ଅସନ୍ତୋଷ ଜାହିର କଲେ ୟୁଜର୍ସ

ଭୁବନେଶ୍ୱର, ୨୯/୦୬: ବସିବା  ପାଇଁ ସିମେଣ୍ଟ ଚୌକି ତିଆରି ହୋଇଛି । ହେଲେ ତହିଁରେ ବିଭିନ୍ନ ଦେବାଦେବୀଙ୍କ  ଫଟୋ ରହିଥିବା ମାର୍ବଲ ଖଞ୍ଜାଯାଇଛି । ଏ ଦୃଶ୍ୟକୁ ଯିଏ ଦେଖୁଛି ସିଏ ନିନ୍ଦା କରୁଛି । ଖୋଦ୍‌ ରାଜଧାନୀର ବ୍ୟସ୍ତବହୁଳ କ୍ୟାପିଟାଲ ହସ୍ପିଟାଲ ପଛପଟ ବ୍ୟବଚ୍ଛେଦ କେନ୍ଦ୍ର ପାଖରେ ଏହା ଦେଖିବାକୁ  ମିଳିଛି । ଜଣେ ସୋସିଆଲ ମିଡିଆ  ବ୍ୟବହାରକାରୀ ଏ ନେଇ ‘ଏକ୍ସ’ରେ  ଫଟୋ ପୋଷ୍ଟ୍‌ କରିବା ସହ ଏହାକୁ ନାପସନ୍ଦ କରିଛନ୍ତି । 

ହସ୍ପିଟାଲରେ ରୋଗୀ  କିମ୍ବା ତାଙ୍କ ପରିଜନଙ୍କ ବସିବା ପାଇଁ  ଚୌକି ରହିବା ଠିକ୍‌ । ହେଲେ ଚୌକିରେ  ଠାକୁରଙ୍କ ଫଟୋ ରହିବା ସମ୍ପୂର୍ଣ୍ଣ ଭୂଲ  ବୋଲି ସେ ଲେଖିଛନ୍ତି । ତେଣୁ ହସ୍ପିଟାଲ  କର୍ତ୍ତୃପକ୍ଷ ଏହା ଉପରେ ଧ୍ୟାନ ଦେବାକୁ  ସେ ଅନୁରୋଧ କରିଛନ୍ତି । ଅପରପକ୍ଷେ,  ଯେଉଁ ସ୍ଥାନରେ ଠାକୁରଙ୍କ ଫଟୋ ଥିବା  ମାର୍ବଲ ଖଞ୍ଜାଯାଇଛି ତାହା ବସିବା ସ୍ଥାନ  ନୁହେଁ ବରଂ ସେଠାରେ ଲେଖାଲେଖି  ହୋଇଥାଏ ବୋଲି ହସ୍ପିଟାଲ୍‌ର ଜଣେ  କର୍ମଚାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.