ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଶ୍ଚିମବଙ୍ଗରେ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୩୦/୫: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିଏଏ  ଅଧୀନରେ ପଶ୍ଚିମବଙ୍ଗରେ ଆରମ୍ଭ କରିଛି ନାଗରିକତା ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା । ହରିୟାଣା ଏବଂ ଉତ୍ତରାଖଣ୍ଡର ସଂପୃକ୍ତ କମିଟି  ନିଜ ନିଜ ରାଜ୍ୟରେ ଆବେଦନକାରୀଙ୍କ ପ୍ରଥମ ଗୋଷ୍ଠୀକୁ ନାଗରିକତା ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରୁ ଜଣାପଡିଛି । 

ପଶ୍ଚିମବଙ୍ଗରେ ଏବେ ନାଗରିକତା ସଂଶୋଧନ ନିୟମ ୨୦୨୪ ଅଧୀନରେ ନାଗରିକତା ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ରାଜ୍ୟରୁ ଆସିଥିବା ପ୍ରଥମ ବ୍ୟାଚ୍ ଆବେଦନକୁ ଆଜି ପଶ୍ଚିମବଙ୍ଗ ରାଜ୍ୟର କ୍ଷମତାପ୍ରାପ୍ତ କମିଟି ନାଗରିକତା ପ୍ରଦାନ କରିଛି। ସେହିପରି ହରିୟାଣା ଓ ଉତ୍ତରାଖଣ୍ଡ ରାଜ୍ୟର କ୍ଷମତା ସମ୍ପନ୍ନ କମିଟି ମଧ୍ୟ ନାଗରିକତା ସଂଶୋଧନ ନିୟମ, ୨୦୨୪ ଅଧୀନରେ  ଗତକାଲି ନିଜ ନିଜ ରାଜ୍ୟରେ ପ୍ରଥମ ଗୋଷ୍ଠୀର ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ କରିଛନ୍ତି। ସେହିପରି ଏହା ପୂର୍ବରୁ ପାକିସ୍ତାନର ୧୪ ଜଣ ହିନ୍ଦୁଙ୍କୁ ଭାରତ ସରକାର ମେ ୧୫ ରେ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ଭାରତ ସରକାର ୧୧ ମାର୍ଚ୍ଚ ୨୦୨୪ରେ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.