ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ହୋଲି ଖେଳିବା ପୂର୍ବରୁ ତ୍ୱଚାରେ ଏହି ୫ଜିନିଷ ଲଗାଇ ନିଅନ୍ତୁ, ସାଇଡ୍‌ ଇଫେକ୍ଟର ଭୟ ରହିବ ନାହିଁ

ଭୁବନେଶ୍ୱର : ହୋଲିର ପର୍ବ ବିଭିନ୍ନ ପ୍ରକାରର ରଙ୍ଗ ଓ ସୁସ୍ୱାଦୁ ଟ୍ରାଡିସନାଲ ମିଠେଇ ବିନା ଯେମିତି ଅଧିରା ଲାଗେ । ଏହି ଦିନ ଲୋକେ ଫିଲ୍ମ ଗୀତର ତାଳେ ତାଳେ ଝୁମି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ହୋଲି ଅବସରରେ ରଙ୍ଗ ବେରଙ୍ଗ ସହ କରାଯାଉ ଥିବା ଏହି ମସ୍ତି କାରଣରୁ ହିଁ ଲୋକେ ଏହି ଉତ୍ସବକୁ ପୂରା ବର୍ଷ ବଡ଼ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି। ହେଲେ ହୋଲିର ଏହି ମସ୍ତି ଏହି ସମୟରେ ଫିକା ପଡ଼ିବାରେ ଲାଗେ , ଯେବେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ରଙ୍ଗ ଲୋକଙ୍କ ତ୍ୱଚା ଓ କେଶ ଉପରେ ସାଇଡ୍‌ ଇଫେକ୍ଟ ଛାଡ଼ି ଥାଏ। ଯଦି ଆପଣ ଏହି ସାଇଡ୍‌ ଇଫେକ୍ଟରୁ ରକ୍ଷା ପାଇବାକୁ ଚାହାନ୍ତି ତ ହୋଲି ଖେଳିବା ପୂର୍ବରୁ ନିଜର ତ୍ୱଚା ଓ କେଶକୁ ପ୍ରସ୍ତୁତ କରି ନିଅନ୍ତୁ। ଆସନ୍ତୁ ଜାଣିବା କେମିତି ହେବା ପ୍ରସ୍ତୁତ – 

ହୋଲି ଖେଳିବା ପୂର୍ବରୁ ଚେହେରା ଓ କେଶକୁ ଏମିତି କରନ୍ତୁ ପ୍ରସ୍ତୁତ – 

ନଡିଆ ତେଲ – ହୋଲିର କେମିକାଲ ରଙ୍ଗରେ ତ୍ୱଚାକୁ ରକ୍ଷା କରିବା ପାଇଁ ସର୍ବ ପ୍ରଥମେ ଚେହେରା ଉପରେ ନଡିଆ ତେଲ ଲଗାଇ ନିଅନ୍ତୁ। ନଡ଼ିଆ ତେଲ ତ୍ୱଚାକୁ ମଇଶ୍ଚରାଇଡ୍‌ କରି ରଙ୍ଗର ସାଇଡ୍‌ ଇଫେକ୍ଟ (ପାର୍ଶ୍ୱ ପ୍ରତିକ୍ରିୟା)ରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଖାଲି ଏତିକି ନୁହେଁ, ଚେହେରାରେ ନଡିଆ ତେଲ ଲଗାଇବାରେ ହୋଲି ରଙ୍ଗ ମଧ୍ୟ ସହଜରେ ଛଡ଼ା ଯାଇ ପାରେ। 

ଲେମ୍ୱୁ ରସ – ହୋଲିର ରଙ୍ଗ କେଶରେ ଲଗାଇବା ଦ୍ୱାରା ହେୟାର ଫଲ୍ ( ଚୁଟି ଝଡ଼ା) ଓ ଡାଣ୍ଡ୍ରଫ ସମସ୍ୟା ହୋଇପାରେ। ଏଥିରେ ଏହି ସମସ୍ୟାକୁ ଦୂର କରିବା ପାଇଁ ଲେମ୍ୱୁର ରସ୍‌ ଖୁବ୍‌ ଫଳପ୍ରଦ ଉପାୟ। ଏହା କେଶରୁ ରୁପୀ ଦୂର କରି ଡ୍ରାଇନେସ୍‌ରୁ ରକ୍ଷା କରିଥାଏ। ହୋଲି ରଙ୍ଗ ଲାଗିଲେ , ଲେମ୍ୱୁ ରସ୍‌ରେ ସୋରିଷ କେଲ ମିଶାଇ ଲଗାନ୍ତୁ। ତେଲ ଲଗାଇବାର ଏକ ଘଣ୍ଟା ପରେ ସାମ୍ପୁ କରି ନିଅନ୍ତୁ। ଏହି ଉପାୟ କେଶରୁ  କେମିକାଲ ବାହାର କରି ତାକୁ ଡିପ୍‌ କଣ୍ଡିଶନିଂ କରିବାରେ ସାହାଯ୍ୟ କରିବ।

ସ୍କାର୍ଫରେ କଭର କରନ୍ତୁ- ଆପଣ ଯଦି ଚାହାନ୍ତି ନାହିଁ କି ଆପଣଙ୍କ କେଶ ହୋଲିର କେମିକାଲ ଯୁକ୍ତ ରଙ୍ଗରେ ଖରାପ ହୋଇ ଯାଉ ତ ହୋଲି ଖେଳିବା ପୂର୍ବରୁ ନିଜ କେଶକୁ ଭଲ ଭାବେ ଘୋଡାଇ ଦିଅନ୍ତୁ ।  

ଘରେ ହୋଲି ପାର୍ଟି ଆୟୋଜନ କରିବାକୁ ସ୍ଥିର କରିଛନ୍ତି କି ? ଏହି ଉପାୟରେ ସେଲିବ୍ରେସନକୁ କରନ୍ତୁ ସ୍ୱତନ୍ତ୍ର

ପେଟ୍ରୋଲିୟମ ଜେଲି – ହୋଲି ଖେଳିବା ପୂର୍ବରୁ ମୁହଁରେ ତେଲ ବ୍ୟତୀତ ପେଟ୍ରୋଲିୟମ୍‌ ଜେଲି ମଧ୍ୟ ଲଗାଇ ପାରିବେ। ପେଟ୍ରୋଲିୟମ୍‌ ଜେଲି ତ୍ୱଚା ଉପରେ ଏକ ମୋଟା ପରସ୍ତ ବନାଇ ରଖିବ। ଯେଉଁଥି ପାଇଁ ତ୍ୱଚାକୁ ରଙ୍ଗରେ ଅଧିକ କ୍ଷତି କରିବା ନାହିଁ। ପେଟ୍ରୋଲିୟମ ଜେଲି ଦ୍ୱାରା ହୋଲି ରଙ୍ଗ ସହଜରେ ମୁହଁରୁ ଛାଡ଼ି ଯିବ। ପେଟ୍ରୋଲିୟମ ଜେଲିକୁ ମୁହଁ ସହ ବେକ , କାନ , ହାତ ଓ ନଖରେ ମଧ୍ୟ ଲଗାଇ ପାରିବେ।

ଏଲୋବେରା – ହୋଲି ଖେଳିବା ପୂର୍ବରୁ ଏଲୋବେରା ଜେଲ୍‌ ଲଗାଇବାରେ ମଧ୍ୟ ଭଲ ଉପଯୋଗୀ ସାଜି ଥାଏ । ଏଲୋବେରାରେ ଆଣ୍ଟିବ୍ୟାକ୍ଟେରିଆଲ , ଆଣ୍ଟିସେପ୍ଟିକ୍‌ ଓ ଆଣ୍ଟିଇଫ୍ଲେମେଟରୀ ଗୁଣ ମିଳିଥାଏ। ମୁହଁରେ ଏଲୋବେରା ଜେଲ୍‌ ଲଗାଇବା ଦ୍ୱାରା ତ୍ୱଚାରେ ଏକ ଏକ୍ସଟ୍ରା ଲେୟାର ହୋଇ ଯାଏ । ଯେଉଁଥିରେ ତ୍ୱଚାରେ ହୋଲିର ରଙ୍ଗର ଅଧିକ ପ୍ରଭାବ ପଡ଼େ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.