ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ଟ୍ରକ୍କୁ ଧକ୍କା ଦେଲା କାର୍, ୪ ମୃତ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଦୁର୍ଘଟଣା ଥମିବାର ନା ନେଉନାହିଁ । ପ୍ରତିଦିନ ଅନେକ ସଡ଼କ ଦୁର୍ଘଟଣା ଘଟୁଛି ଏବଂ ଲୋକମାନେ ପ୍ରାଣ ହରାଉଛନ୍ତି । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଅନେକ ଭୟଙ୍କର ଦୁର୍ଘଟଣା ମଧ୍ୟ ଘଟିଥାଏ । ଶନିବାର ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଥିଲା । ମେନପୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସ କହିଛି ଯେ, ଆଗ୍ରା ଏକ୍ସପ୍ରେସୱେର 97 ମାଇଲ ଷ୍ଟୋନ ନିକଟରେ ଏକ ଟ୍ରକ ପାର୍କିଂ କରାଯାଇଥିଲା । ପଛରୁ ଆସୁଥିବା ଏକ କାର ଏହାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଥିଲା। କାରରେ ଯାତ୍ରା କରୁଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା । କୁହାଯାଉଛି ଯେ କାରରେ ବସିଥିବା ବ୍ୟକ୍ତିମାନେ ପଶ୍ଚିମବଙ୍ଗର କୋଲକାତା ବାସିନ୍ଦା ଥିଲେ । ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରିଟି ମୃତଦେହକୁ କାର ଭିତରୁ ବାହାର କରିଥିଲା । ପୋଷ୍ଟ ମର୍ଟମ ପାଇଁ ପୋଲିସ ମୃତଦେହକୁ ମେନପୁରୀ ପୋଷ୍ଟ ମର୍ଟମ ହାଉସକୁ ପଠାଇଛି ।

ଏହାପୂର୍ବରୁ ଶନିବାର ଦିନ ରାଜ୍ୟର କାସଗଞ୍ଜରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ୟୁପିର କାସଗଞ୍ଜର ମାଘ ମେଲା ଠାରେ ଗଙ୍ଗାରେ ଗାଧୋଇବାକୁ ଯାଉଥିବା ବେଳେ ଏକ ଟ୍ରାକ୍ଟର ଟ୍ରଲି ଓଲଟି ପଡିଥିଲା, ଏହି କାରଣରୁ ୭ ଜଣ ଶିଶୁଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ସହିତ ଏହି ଦୁର୍ଘଟଣାରେ ଅନେକ ଲୋକ ମଧ୍ୟ ଆହତ ହୋଇଥିଲେ । ମାଘ ପୂର୍ଣ୍ଣିମା ଅବସରରେ ସମସ୍ତ ଲୋକ କସଗଞ୍ଜ ଜିଲ୍ଲାର କାଦରଗଞ୍ଜ ଗଙ୍ଗାଘାଟରେ ଗାଧୋଇବାକୁ ଯାଉଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.