ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଗାମୀ ୫ଦିନ ଯାଏ ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା !

ନୂଆଦିଲ୍ଲୀ : ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ ଆଗାମୀ ୫ଦିନ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଭାରତରେ ଜାରି ରହିଥିବା ଅସହ୍ୟ ତାତି ମଧ୍ୟରେ ପାଣିପାଗ ବିଭାଗ ଦେଇଛି ଏହି ସୂଚନା। ପାଣିପାଗ ବିଭାଗ ଶନିବାର କହିଛି –ମହାରାଷ୍ଟ୍ର , ତଟୀୟ ଓ ଉତ୍ତରୀ ଇଣ୍ଟେରିୟର କର୍ଣ୍ଣାଟକର କିଛି ଅଞ୍ଚଳରେ ଆଗାମୀ ୫ ଦିନ ଯାଏ ବର୍ଷା ହୋଇପାରେ। ଏହା ବ୍ୟତୀତ ଉତ୍ତର ପଶ୍ଚିମ ଭାରତରେ ୯ ଜୁନ୍‌ରୁ ହିଟ୍‌ୱେଭର ନୂଆ ସମୟ ଆସୁଛି। ଏହା ବ୍ୟତୀତ ପୂର୍ବ, ପୂର୍ବୀୟ ମଧ୍ୟ, ଉତ୍ତର ପ୍ରଦେଶ , ନର୍ଥଇଷ୍ଟ ମଧ୍ୟପ୍ରଦେଶରେ ଆଗାମୀ ୫ଦିନ ଯାଏ ହିଟ୍‌ୱେଭ୍‌ ଚାଲିବ। ଅନ୍ୟପଟେ ମୌସୁମୀ ନେଇ ଖୁସି ଖବର ଆସିଛି, ଯାହାକି ଏହା ଅନେକ ରାଜ୍ୟକୁ ଗତି କରୁଛି। 

ଗତ ଦିନର କଥା କହିବା ତ ଦକ୍ଷିଣୀ ଉତ୍ତର ପ୍ରଦେଶର ଅଞ୍ଚଳ ଗୁଡ଼ିକରେ ହିଟୱେଭ୍‌ ଜାରି ଥିଲା। ହରିଆଣା , ଦିଲ୍ଲୀ, ଦକ୍ଷିଣ ଉତ୍ତର ପ୍ରଦେଶ , ସାଉଥ୍ଇଷ୍ଟ ରାଜସ୍ଥାନ, ମଧ୍ୟ ପ୍ରଦେଶ,ସାଉଥୱେଷ୍ଟ ବିହାର ଭଳି ରାଜ୍ୟ ଗୁଡ଼ିକରେ ଅଧିକାଂଶ ତାପମାତ୍ରା ୪୩-୪୬ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି। ଉତ୍ତର ପ୍ରଦେଶର ଝାନ୍ସିରେ ସର୍ବାଧିକ ଭାବେ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ତଟୀୟ କର୍ଣ୍ଣାଟକ , କୋଙ୍କଣ , ଗୋଆ , ତାମିଲନାଡୁ,ପୁଡୁଚେରୀ , କରାଇକଲ , ଓଡିଶାରେ ପ୍ରବଳ ବର୍ଷା ହୋଇଛି।  

ଦକ୍ଷିଣ ପୂର୍ବ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗ କହିଛି କି, ଆଜି ଏହା ସାଉଥ୍‌ ମହାରାଷ୍ଟ୍ର, ତେଲେଙ୍ଗାନା , ଦକ୍ଷିଣୀ ଛତିଶଗଡ଼ ଓ ଓଡି଼ଶା ଓ ତଟୀୟ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ପହଞ୍ଚି ଯାଇଛି। ସେଠାରେ ଆଗାମୀ ଦୁଇ ତିନି ଦିନରେ ମୌସୁମୀ ମୁମ୍ୱାଇ ସମେତ ମହାରାଷ୍ଟ୍ରର କିଛି ଅଞ୍ଚଳ , ତେଲେଙ୍ଗାନା ଆଦି ସ୍ଥାନରେ ପ୍ରବେଶ କରିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.