ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ଧୋନିଙ୍କୁ ନେଇ ଏମିତି କଥା କହିଲେ ଗୌତମ ଗମ୍ଭୀର, ମାହୀଙ୍କ ପ୍ରଶଂସକ କରି ପାରନ୍ତି ନାପସନ୍ଦ

ନୂଆଦିଲ୍ଲୀ : ଗୌତମ ଗମ୍ଭୀର ପୁଣି ଥରେ ଏମଏସ୍‌ ଧୋନିଙ୍କୁ କହିଲେ ଓଲଟା କଥା। ଗମ୍ଭୀର କହିଛନ୍ତି , ପ୍ରସେସ ଶବ୍ଦ ମୋ ପାଇଁ କୌଣସି ଅର୍ଥ ରଖି ନଥାଏ। ମୋ ପାଇଁ କେବଳ ରେଜଲ୍ଟ ହିଁ ମହତ୍ତ୍ୱ ରଖିଥାଏ। ଉଲ୍ଲେଖନୀୟ ଯେ, ମହେନ୍ଦ୍ର ସିଂହ ଧୋନି ସର୍ବଦା ପ୍ରସେସର କଥା କୁହନ୍ତି। ଧୋନି କୁହନ୍ତି ଜିତିବା ବା ହାରିବା ବାୟ ପ୍ରଡକ୍ଟ। ଯଦି ପ୍ରସେସ ଠିକ୍‌ ରହିଥାଏ ତ ରେଜଲ୍ଟ ଆପଣାଛାଏଁ ଠିକ୍‌ ହେବ। ଏବେ ଯେଉଁ ଭଳି ଭାବେ ଗମ୍ଭୀର, ଧୋନିଙ୍କ କଥାକୁ କାଟିଛନ୍ତି, ଏଥିରେ ମାହୀ ପ୍ରଶଂସକଙ୍କୁ କେବେ ଭଲ ଲାଗିବ ନାହିଁ। ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ସହ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ସେ କେକେଆରର ପ୍ରଶଂସକଙ୍କୁ ନେଇ ମଧ୍ୟ ନିଜ କଥା ରଖିଥିଲେ। 

ଗୌତମ ଗମ୍ଭୀର କହିଛନ୍ତି କି, ମୁଁ ଖୋଲାଖୋଲି କହୁଛି କି ମୋ ପାଇଁ କେବଳ ହିଁ ରେଜଲ୍ଟ ମହତ୍ତ୍ୱ ରଖେ। ପ୍ରସେସକୁ ଠିକ୍‌ରେ ରଖ, ରେଜଲ୍ଟ ଆପେ ଆପେ ଠିକ୍‌ ଆସିବ। ମୋ ପାଇଁ ରେଜଲ୍ଟ ହିଁ ସବୁକିଛି। ଏହି କାରଣ ସ୍ପଷ୍ଟ କି ଲୋକେ କେକେଆରକୁ ଜିତିବା ଦେଖିବାକୁ ଚାହାନ୍ତି। କହି ରଖୁଛୁ କି, ମହେନ୍ଦ୍ର ସିଂହ ଧୋନୀଙ୍କ ବିଚାର ଏହାର ପୂରା ବିପରୀତ। ଧୋନୀ ସର୍ବଦା ପ୍ରସେସ ଉପରେ ଜୋର ଦିଅନ୍ତି। ଧୋନୀ ଇଣ୍ଟରଭ୍ୟୁରେ ଏହି କଥା କହିଛନ୍ତି କି, ଯଦି ପ୍ରସେସ ଠିକ୍‌ ରଖାଯାଏ ତ ରେଜଲ୍ଟ ଆପେ ଆପେ ସଠିକ୍‌ ଆସିବ। 

ଏହାପରେ ଗୌତମ କେକେଆରର ଫ୍ୟାନ୍‌ ବେସ୍‌କୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ ଏମିତି ଅନୁଭବ କରୁଛି ଏବଂ ହୃଦୟରୁ ମାନୁଛି କି ପୂରା ଦେଶରେ କେକେଆରର ସବୁଠୁ ସ୍ୱତନ୍ତ୍ର ଫ୍ୟାନ୍‌ ବେସ୍‌ ରହିଛି। ସେ କହିଛନ୍ତି ଆପଣ କେକେଆରର ଇତିହାସ ଦେଖନ୍ତୁ। ପ୍ରଥମ ତିନି ବର୍ଷରେ ହିଁ ଫ୍ରାଞ୍ଚାଇଜ୍‌ର ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍‌ ଅଧିକ ବୃଦ୍ଧି ଘଟିଥିଲା। ଏହାପରେ ବର୍ଷ ପରେ ବର୍ଷ ଏହା ବଢିବାରେ ଲାଗିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.