ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ପେଜର ବିସ୍ଫୋରଣ ପରେ ସତର୍କ ଇରାନ, ସବୁ ପ୍ରକାର ଯୋଗାଯୋଗ ଉପକରଣ ବ୍ୟାନ୍‌ କଲା ସେନା

ତେହରାନ, ୨୪/୦୯: ଲେବାନନ୍‌ରେ  ପେଜର, ୱାକିଟକି ବିସ୍ଫୋରଣ ଯୋଗୁ ୩୯  ହିଜ୍‌ବୁଲ୍ଲା ସଦସ୍ୟଙ୍କ ମୃତ୍ୟୁ ପରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡସ୍‌ କର୍ପସ୍‌ (ଆଇଆର୍‌ଜିସି)  ସବୁ ପ୍ରକାର ଯୋଗାଯୋଗ ଉପକରଣ ବ୍ୟାନ୍‌  କରିଛି । ଏଥିସହ ଇରାନ ସେନା ବ୍ୟବହାର  କରୁଥିବା ସମସ୍ତ ଉପକରଣର ଯାଞ୍ଚ ନିର୍ଦ୍ଦେଶ  ଦିଆଯାଇଥିବା ଇରାନର ଦୁଇ ବରିଷ୍ଠ ସୁରକ୍ଷା  ଅଧିକାରୀ ସୂଚନା ଦେଇଛନ୍ତି । ସେହି ଉପକରଣଗୁଡ଼ିକ ମୁଖ୍ୟତଃ ଇରାନରେ ତିଆରି  ହୋଇଥିବାବେଳେ ଅନେକ ଡିଭାଇସ୍‌ ଚୀନ୍‌ ଏବଂ ରୁଷ୍‌ରୁ ଆମଦାନୀ କରାଯାଇଛି । ଇରାନ ସେନାରେ ଇସ୍ରାଏଲ ଗୁଇନ୍ଦା ସଦସ୍ୟ ଗୁଇନ୍ଦାଗିରି କରିପାରେ । 

ଇରାନ ନ୍ୟୁକ୍ଲିୟର  ପ୍ରୋଗ୍ରାମରେ ଇସ୍ରାଏଲ ବାଧା ଉପୁଜାଇପାରେ  ବୋଲି ତେହରାନ ଆଶଙ୍କା କରିଛି । ଇରାନର ବରିଷ୍ଠ  ଅଧିକାରୀଙ୍କୁ ଇସ୍ରାଏଲ ଟାର୍ଗେଟ କରିବା ଭୟ ରହିଛି ।  ଏପରିକି ଇରାନ ସୁରକ୍ଷା ଅଧିକାରୀଙ୍କ ଦେଶ ଏବଂ  ଦେଶ ବାହାରେ ଥିବା ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ  ମଧ୍ୟ ନିର୍ଦ୍ଦେଶ ରହିଛି । ଗତ ସପ୍ତାହରେ ଲେବାନନ୍‌ରେ  ଇରାନ ସମର୍ôଥତ ହିଜ୍‌ବୁଲ୍ଲା ଆତଙ୍କବାଦୀ ସଙ୍ଗଠନର  ସଦସ୍ୟମାନେ ଯୋଗାଯୋଗ ପାଇଁ ବ୍ୟବହାର କରୁଥିବା  ପ୍ରାୟ ୫ ହଜାର ପେଜର ବିସ୍ଫୋରଣ ହୋଇଥିଲା ।  ଏହାର ଦିନକ ପରେ ବହୁସଂଖ୍ୟାରେ ୱାକିଟକି  ବିସ୍ଫୋରଣ ହୋଇଥିଲା । ସେହି ଉପକରଣଗୁଡ଼ିକରେ  ବିସ୍ଫୋରକ୍‌ ଫିଟ୍‌ କରାଯାଇଥିବା ଜଣାଯାଇଥିଲା ।  

ଏଥିରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର  ହାତ ଥିବା ହିଜ୍‌ବୁଲ୍ଲା ଓ ଇରାନ କହିଥିଲା । ସୂଚନା  ଅନୁସାରେ, ଇରାନ ବହୁସଂଖ୍ୟାରେ ଏନ୍‌କ୍ରିପ୍‌ଟେଡ୍‌  କମ୍ୟୁନିକେସନ ଡିଭାଇସ୍‌ ବ୍ୟବହାର କରେ । ଇରାନ  ମିଲିଟାରୀ ଯୋଗାଯୋଗ ଉପକରଣ ବିଶେଷ କରି  ଘରୋଇ ଭାବେ ନିର୍ମାଣ କରାଯାଏ । ପୂର୍ବରୁ ଇରାନ  ମଧ୍ୟ ପେଜର ବ୍ୟବହାର କରୁଥିଲା । ତେବେ  ଦୁଇ ଦଶନ୍ଧି ହେଲା ଇରାନ ସେନା ପେଜର  ବ୍ୟବହାର ବନ୍ଦ କରିଦେଇଛି । ତେହରାନ ବିଦେଶୀ  ଅନୁପ୍ରବେଶ ରୋକିବା ଲାଗି ନିଜର ମିଲିଟାରୀଗ୍ରେଡ୍‌ ରେଡିଓ ଟ୍ରାନ୍ସମିଶନ ବିକଶିତ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.