ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଇସ୍ରୋ ଖୁବ୍ ଶୀଘ୍ର ପଠାଇବ ନୂଆ ସାଟେଲାଇଟ୍, ସ୍ପେସ୍ ଏକ୍ସ କରିବ ଲଞ୍ଚିଂ…ବ୍ରଡବ୍ୟାଣ୍ଡ କନେକ୍ସନ ହେବ ଆହୁରି ମଜବୁତ

ନୂଆଦିଲ୍ଲୀ,୧୭।୬: ଇସ୍ରୋ ଖୁବ୍ ଶୀଘ୍ର ଏଭଳି ସାଟେଲାଇଟ୍ ପଠାଇବାକୁ ଯାଉଛି, ଯାହାଦ୍ବାରା ଦେଶରେ ବ୍ରଡବ୍ୟାଣ୍ଡ କନେକ୍ସନ ଓ ଇନ୍-ଫ୍ଲାଇଟ୍ କନେକ୍ଟିଭିଟି ଆହୁରି ମଜବୁତ ହେବ। ନ୍ୟୁସ୍ପେସ୍‌ ଇଣ୍ଡିଆ ଲିମଟେଡ୍(ଏନ୍‌ଏସ୍‌ଆଇଏଲ)ର ଏହା ଦ୍ବିତୀୟ ଡିମାଣ୍ଡ-ଡ୍ରିଭେନ୍ ସାଟେଲାଇଟ୍ ମିଶନ୍। ଏହି ସାଟେଲାଇଟ୍‌ର ନାଁ ହେଉଛି ଜିସାଟ୍‌-ଏନ୍‌୨। ଏହା Ka-Band ର କମ୍ୟୁନିକେସନ୍ ସାଟେଲାଇଟ୍।

ଏହା ଜରିଆରେ ଦେଶରେ ବ୍ରଡବ୍ୟାଣ୍ଡ କନେକ୍ସନ ଓ ଆହୁରି ଅଧିକ ଶକ୍ତିଶାଳୀ ହେବ। ଏହା ସହ ଭାରତୀୟ ଉପଦ୍ୱୀପ ଓ ଏହାର ଆଖପାଖ ପର୍ଯ୍ୟନ୍ତ ବିମାନ କନେକ୍ଟିଭିଟି ଭଲ ହୋଇପାରିବ। ଅର୍ଥାତ ଉଡାଣ ସମୟରେ ପାଇଲଟ୍ ଭଲ ଭାବରେ ଯୋଗାଯୋଗ  ସ୍ଥାପିତ କରିପାରିବେ। ଏନ୍‌ଏସ୍‌ଆଇଏଲ୍ ହେଉଛି ଇସ୍ରୋର କମର୍ସିଆଲ  ଓ୍ବିଙ୍ଗ, ଯାହା ତା ପାଇଁ ପ୍ରାଇଭେଟ୍ ଓ ସରକାରୀ ସାଟେଲାଇଟ୍ ଲଞ୍ଚ ଡିଲ୍ କରିଥାଏ।

ଏହି ସାଟେଲାଇଟ୍ ଲଞ୍ଚ ହେବାପରେ ସୁଦୂର ଅଞ୍ଚଳରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପହଁଞ୍ଚି ପାରିବ। ଜିସାଟ୍‌-ଏନ୍ ୨ର ପୁରୁଣା ନାଁ ଜିସାଟ୍‌-୨୦ ରହିଛି। ଏହି ସାଟେଲାଇଟ୍‌ର ଓଜନ ୪୭୦୦ କିଲୋଗ୍ରାମ। ଏହା ମହାକାଶରେ ପ୍ରାୟ ୧୪ ବର୍ଷ ପର୍ଯ୍ୟନ୍ତ କାମ କରିବ। ଏଥିରେ ୩୨ ସ୍ପଟ୍ ବିମସ୍ ରହିଛି, ଯାହାକି କୌଣସି ଖାସ୍ ଭୌଗଳିକ ଅଞ୍ଚଳରେ ସିଗନାଲ ଟ୍ରାନ୍ସମିଟ୍ କରିପାରିବ।                  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.