ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେବଳ ଚର୍ମ ଓ ପେଟ ନୁହେଁ, ପାଦକୁ ଡିଟକ୍ସ କରିବା ଜରୁରି; ଆପଣାନ୍ତୁ ଏହି ଘରୋଇ ପଦ୍ଧତି

Image Courtesy: bebeautiful

ଭୁବନେଶ୍ବର: ଶରୀରକୁ ଡିଟକ୍ସ (detox) ବା ବିଷ ମୁକ୍ତ କରିବା ବହୁତ ଜରୁରି । ଭୀଷଣ ଗରମ ଅନୁଭୂତ ହେଉଥିବା ବେଳେ ଲୋକେ ନିଜ ଶରୀରକୁ ଡିଟକ୍ସ କରିବା ଲାଗି ଭିନ୍ନ ଭିନ୍ନ ମିଶ୍ରଣ ପାନ କରୁଥିବା ଦେଖିବାକୁ ମି‌ଳେ । ସେହିଭଳି ଲୋକମାନେ ସ୍କିନ୍‌ (ଚର୍ମ)କୁ ଡିଟକ୍ସ କରନ୍ତି । ଅର୍ଥାତ ଚର୍ମରେ ଲାଗିଥିବା ମଇଳା, ଡେଡ୍‌ ସ୍କିନ୍ ଆଦିକୁ ବାହାର କରାଯାଏ । ଏହା ଦ୍ବାରା ତ୍ବଚା ରୋଗମୁକ୍ତ ହେବା ସହ ଗ୍ଲୋ କରେ । ଠିକ ସେହିଭଳି ପାଦର ଯତ୍ନ ନେବା ବା ପାଦକୁ ଡିଟକ୍ସ କରିବା ବହୁତ ଜରୁରି ।

ପ୍ରବଳ ଗରମରେ ପାଦରେ ଝାଳ ହେବା ସହ ମଇଳା ଜମିଥାଏ । ଏହା ଦ୍ବାରା ପାଦରୁ ଦୁର୍ଗନ୍ଧ ବାହାରିବା ସ୍ବଭାବିକ ।  ସେହିଭଳି ଲମ୍ବା ସମୟ ଧରି ଛିଡ଼ା ହୋଇ କାମ କରିବା, ଧାଁ ଧପଡ଼ କରିବା ଫଳରେ ପାଦରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ତେଣୁ ପାଦକୁ ଡିଟକ୍ସ କରିବା ଭଲ ବୋଲି କୁହାଯାଏ । କେ‌ବଳ ପାଦକୁ ସଫା କରିଦେଲେ ହେବନାହିଁ ଫୁଟ୍ ଡିଟକ୍ସ ପଦ୍ଧତି ଆପଣାଇବା ଭଲ । ପାର୍ଲର ଯାଇ ପାଦକୁ ଡିଟକ୍ସ କରିପାରିବେ । ନଚେତ ଘରେ ଥିବା କେତେକ ଉପକାରୀ ପଦ୍ଧତିରେ ପାଦକୁ ଡିଟକ୍ସ କରାଯାଇପାରେ । 

ଘରେ ପାଦକୁ କେମିତି କରିବେ ଡିଟକ୍ସ ?

ଘରେ ପାଦକୁ ଡିଟକ୍ସ କରିବା ଲାଗି ଏକ ପାତ୍ରରେ ଉଷୁମ ପାଣି ନିଅନ୍ତୁ । ଏଥିରେ ଦୁଇ ଚାମଚ ଆପଲ୍‌ ଭିନେଗାର, ୨-୪ ଡ୍ରପ୍‌ ସୁଗନ୍ଧିତ ତୈଳ, ସି-ସଲ୍ଟ ପକାଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣରେ ୧୦-୨୦ ମିନିଟ ପର୍ଯ୍ୟନ୍ତ ଦୁଇ ପାଦକୁ ବୁଡ଼ାଇ ରଖନ୍ତୁ । ଏହା ପରେ ପାଣିରୁ ପାଦକୁ ବାହାର କରି ଭଲ ଭାବରେ ଟାଓ୍ବାଲ୍‌ରେ ପୋଛିଦିଅନ୍ତୁ ।  ଏହା ପରେ ପାଦରେ ମଇଶ୍ଚରାଇଜର ଲଗାଇ ଦିଅନ୍ତୁ । ଆପଣ ଚାହିଁଲେ ସ୍କ୍ରବ୍‌ ବି କରିପାରିବେ । ଏହା ଦ୍ବାରା ପାଦରେ ଥିବା ଡେଡ୍‌ ସ୍କିନ ବାହାରିଯିବ । ହାଲକା ଗରମ ପାଣିରେ ରକ୍ ସଲ୍ଟ (ସନ୍ଧୈବ ଲବଣ) ପକାଇ ପାଦକୁ ଧୋଇପାରିବେ । ଏହା ଦ୍ବାରା ପାଦରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିବ । 

ପାଦ ଡିଟକ୍ସ କରିବାର ଫାଇଦା 

ଫୁଟ୍‌ ଡିଟକ୍ସ କରିବା ଦ୍ବାରା ଯେ କେବଳ ପାଦ ସଫା ହୁଏ ତାହା ନୁହେଁ ବରଂ ଆପଣଙ୍କ ଥକାପଣ ଦୂର ହୋଇପାରେ । ଗରମ ପାଣିରେ ପାଦକୁ ବୁଡ଼ାଇବା ଦ୍ବାରା ଆପଣଙ୍କୁ ରିଲାକ୍ସ ଲାଗିବ  । ରାତିରେ ପାଦକୁ ଡିଟକ୍ସ କଲେ ଭଲ ନିଦ ହୋଇଥାଏ । ଡିଟକ୍ସ ସମୟରେ ଫୁଟ୍ ମସାଜ୍‌ କଲେ ମଧ୍ୟ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ । ଖରାଦିନେ ଅଧିକ ଝାଳ ବାହାରୁଥିବାରୁ ଜୋତାରୁ ଦୁର୍ଗନ୍ଧ ବାହାରିଥାଏ । ନିୟମତି ଭାବରେ ଫୁଟ୍‌ ଡିଟକ୍ସ କରିବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ ।

 

  • lifestyle
  • life stiyle
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.