ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଟ୍ରିକରେ ୭୪% ମାର୍କ ରଖି ପାସ୍‌ କଲେ ହାତପାଦ ବିହୀନ ଜଗନ୍ନାଥ

ବରଗଡ଼,୨୮/୦୫: ଜନ୍ମରୁ ଅତି ଛୋଟ ହାତଗୋଡ଼ । ନାଁ ତାଙ୍କର ଜଗନ୍ନାଥ । ଚଳିତ ମାଟ୍ରିକ୍‌ ପରୀକ୍ଷାରେ ତାଙ୍କର ସଫଳତା ଉତ୍ସାହର କାରଣ ପାଲଟିଯାଇଛି  ା ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ  ଭରୁଆମୁଣ୍ଡା ଗ୍ରାମର ଜଗନ୍ନାଥ ତାଣ୍ଡି  ସକଳ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ମାଟ୍ରିକ ପରୀକ୍ଷାରେ ୪୪୭ ମାର୍କ ରଖି ପାସ୍‌ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଜନ୍ମରୁ ଦୁଇହାତ ନାହିଁ କି ଗୋଡ଼  ନାହିଁ । ବାପା କ୍ଷୀରୋଦ୍ର ତାଣ୍ଡ ଦିନ  ମଜୁରିଆ ଭାବେ ପୁଅକୁ ପାଠଶାଠ ପଢ଼ାଇ  ବଡ଼ମଣିଷ କରିବାରେ କୌଣସି ଊଣା  କରିନଥିବା ବେଳେ ଗୃହିଣୀ ଥିବା ମା’  ଜେମା ତାଣ୍ଡି ଘର କାମ ସହ ଅକ୍ଷମ ପୁଅକୁ  ଗାଧୋଇ ପାଧୋଇ ସ୍କୁଲ ପଠାଇବା ଏବଂ  ଅନ୍ୟାନ୍ୟ କାମରେ ସହାୟତା କରିବାକୁ ପଛଘୁଞ୍ଚା ଦେଇନାହାନ୍ତି । ପିତାମାତାଙ୍କ  ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଜଗନ୍ନାଥ ମଧ୍ୟ ପାଠପଢ଼ାକୁ ପ୍ରାଥମିକତା ଦେଇ  ବାପାମା’ଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ପ୍ରୟାସ କରୁଥିଲେ ।  ଫଳସ୍ୱରୂପ ୭୪% ମାର୍କ ବଳରେ ମାଟ୍ରିକ ପାସ୍‌ କରିଛନ୍ତି । ଏହାକୁ ନେଇ  ତାଣ୍ଡି ପରିବାର ସମେତ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.