ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଆସିଲା ଏମରଜେନ୍ସିର ନୂଆ ତାରିଖ, ଏହି ଦିନ ହେବ ରିଲିଜ

ମୁମ୍ବାଇ,୨୫/୬: ଅନେକ ଦିନ ଧରି କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ଏମରଜେନ୍ସିର ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟ ଫିଲ୍ମର ରିଲିଜ ତାରିଖ କୌଣସି ନା କୌଣସି କାରଣରୁ ଘୁଞ୍ଚିଥିବା ବେଳେ ବର୍ତ୍ତମାନଫିଲ୍ମର ରିଲିଜ୍ ତାରିଖ କୌଣସି ନା କୌଣସି କାରଣରୁ ଦୁଇଥର ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମକୁ ନୂଆ ରିଲିଜ ତାରିଖ ସାମ୍ନାକୁ ଆସିଛି। ନିର୍ମାତା ଫିଲ୍ମରୁ କଙ୍ଗନାଙ୍କ ଏକ ନୂଆ ପୋଷ୍ଟର ରିଲିଜ କରି ଫିଲ୍ମର ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଫିଲ୍ମଟି ସେପ୍ଟେମ୍ୱରରେ ପରଦାକୁ ଆସିବ ବୋଲି ଜଣାପଡିଛି। 

ତେବେ ଲୋକସଭା ନିର୍ବାଚନରେ କଙ୍ଗନା ରାଣାୱତ ଜିତିବା ପରେ ଫିଲ୍ମ 'ଏମରଜେନ୍ସି'ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ପୋଷ୍ଟରରେ ଅଭିନେତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକରେ ନଜର ଆସିଛନ୍ତି । ଏହି ପୋଷ୍ଟରକୁ ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ,"ସ୍ୱାଧୀନ ଭାରତର ଅନ୍ଧକାର ଅଧ୍ୟାୟର ୫୦ତମ ବର୍ଷର ଆରମ୍ଭ । ୬ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ ବିବାଦୀୟ ଘଟଣାର ବିସ୍ଫୋରକ ଗାଥା ପରଦାରେ ଦେଖିବେ ।"

ମାଣିକର୍ଣ୍ଣିକା ଫିଲ୍ମର ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ସ୍ଥଗିତ ରଖାଯାଇଛି । ପ୍ରଥମେ ୨୪ ନଭେମ୍ବର ୨୦୨୩ରେ ରିଲିଜ ହେବାର ଥିଲା, କିନ୍ତୁ କୌଣସି କାରଣରୁ ଏହା ପ୍ରେକ୍ଷାଳୟକୁ ଆସିପାରି ନଥିଲା । ପରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ୭ ମାସ ଘୁଞ୍ଚାଇ ଦିଆଗଲା ଏବଂ ଏହା ଜୁନ୍ ୧୪,୨୦୨୪ରେ ପ୍ରେକ୍ଷାଳୟକୁ ଆସିବାକୁ ଥିଲା । କିନ୍ତୁ କଙ୍ଗନା ରାଣାୱତଙ୍କ ନିର୍ବାଚନ ପାଇଁ ଏହାକୁ  ସ୍ଥଗିତ ରଖାଯାଇଥିଲା । ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।  ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ,ମିଳିନ୍ଦ ସୋମନ,ଶ୍ରେୟସ ତାଲପଡେ,ବିଶକ ନାୟର ମଧ୍ୟ ନଜର ଆସିବେ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.