କୋରାପୁଟ ୧୨/୦୫: ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୧୩ ତାରିଖରେ ଅବିଭକ୍ତ କୋରାପୁଟରେ ମତଦାନ ହେଉଥିବାରୁ ‘ଲକ୍ଷ୍ମୀ’ ବସ୍ ସେବା ବନ୍ଦ ରହିବ । ମେ’ ୧୦ରୁ ୧୩ ପର୍ଯ୍ୟନ୍ତ ଏଠାରେ ୪ ଦିନ ଧରି ବସ୍ ଗଡ଼ିବନି । ୧୪ ତାରିଖରୁ ପୁଣି ସେବା ଆରମ୍ଭ ହେବ ବୋଲି ରାଜ୍ୟ ସଡ଼କ ପରିବହନ ନିଗମର ଜଣେ ଅଧିକାରୀ କହିଛନ୍ତି ।
କେବଳ ଜୟପୁର ନୁହେଁ ଏହି ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍ ଚଳାଚଳ କରିବନି ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଛି । ବିଭାଗୀୟ ଅଧିକାରୀ ଜଣଙ୍କ କହିଛନ୍ତି, ନିର୍ବାଚନ ଦାୟିତ୍ୱ ଦିଆଯାଇଥିବାରୁ ୪ ଦିନ ଲାଗି ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସଦର ବ୍ଲକ୍ର ବିଭିନ୍ନ ପଞ୍ଚାୟତକୁ ଚଳାଚଳ କରୁଥିବା ୩ଟି ବସ୍ ବନ୍ଦ ରହିଛି । ଦେଖିବାକୁ ଗଲେ ଜିଲ୍ଲାରେ ମୋଟ ୪୯ଟି ବସ୍ ଚଳାଚଳ କରୁନି