ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ପାଣି ପାଇଁ ନଳକୂପ ଆଗରେ ଲମ୍ବାଧାଡି

ଜଳେଶ୍ୱର ୦୭/୦୭: ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା  ଖର୍ଚ୍ଚ କରି ବସୁଧା ଯୋଜନା ମାଧ୍ୟମରେ ନିର୍ମାଣ ହେଉଛି  ଓଭର ହେଡ ପାଣି ଟାଙ୍କି  । କିନ୍ତୁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁ ପାରୁ ନାହିଁ।  ସକାଳେ ପାଇଲେ ଲୋକଙ୍କୁ ପାଣି ଚିନ୍ତା ଘାରୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ ଶ୍ୟାମନଗର   ଗ୍ରାମ ପଞ୍ଚାୟତରର ୪ ନୋ ୱାର୍ଡ଼ କଣ୍ଡରାଗଡିଆ   ଗ୍ରାମରେ । 

ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ ଶ୍ୟାମନଗର   ଗ୍ରାମ ପଞ୍ଚାୟତରର ୪ ନଂ ୱାର୍ଡ଼ କଣ୍ଡରାଗଡିଆ  ଗ୍ରାମର ଲୋକେ ମୌଳିକ ଆବଶ୍ୟକତା ପିଇବା ପାଣି ରୁ ବଂଚିତ । ଲୋକେ ସକାଳ ହେଲେ ପାଣି କେଉଁଠି ଆଣିବେ ଚିନ୍ତା କରନ୍ତି।  ସାହି ରେ ଯେଉଁ ନଳକୂପ ଖଣ୍ଡକ ରହିଛି ସେଥିରୁ  ଅଳ୍ପ ଅଳ୍ପ ପାଣି ବାହାରୁଛି ।  ୫୦ ରୁ ଅଧିକ ଥର ମାରିଲେ ବାହାରୁଚି ପାଣି । ସେ ପୁଣି ଅଧିକ ଆଇରନ୍ ଯୁକ୍ତ । ଯାହାକି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସେଥିରେ ପୁଣି ଲୋକେ ଘଣ୍ଟା ଘଂଟା ଧରି ଲାଇନ ରେ ଛିଡା ହୋଇ ପାଣି ପାଇ ଅପେକ୍ଷା କରିଥାନ୍ତି  ।  ଗାଧୁଆ ପାଇଁ ପୋଖରୀ ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ସମୟ ବର୍ଷା ରୁତୁ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ସେହିଭଳି ହୋଇନାହିଁ ଲାଗିରହିଛି ରେ ଡହଡହ ଖରା ସହିତ   ପ୍ରବଳ ଗୁଳୁଗୁଳି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଲୋକଙ୍କ  ପାଣିର ଚାହିଦା ମଧ୍ୟ ବଢ଼ି ଯାଉଛି।ଏ ନେଇ  ସୁଧାକର ପାତ୍ର, ବଂଶୀଧର ପାତ୍ର , ବଳରାମ ପାତ୍ର, ସୋମନାଥ ଦାସ, ସୁନିଲ ପାତ୍ର, ଜଗା ବଳିଆ ପାତ୍ର, ବନବିହାରୀ ପାତ୍ର, ସୁମିତ୍ରା ପାତ୍ର, ମିତାଲି ପାତ୍ର, ବାସନ୍ତୀ ପାତ୍ର ସହିତ  ଗ୍ରାମବାସୀ  ସହିତ ଅନେକ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।  ଖୁବଶୀଘ୍ର  ପିଇବା ପାଣିର ସୁବିଧା ନ ହୁଏ ତେବେ ପାଣି କାର୍ଯ୍ୟଳୟ ଆଗରେ ଧାରଣା ବସି ବେ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.