ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୬ ମୃତ, ୬୦ରୁ ଅଧିକ ଆହତ, ଅନେକ ଫଶି ରହିଥିବା ଆଶଙ୍କା

ଭୋପାଳ,୬।୨:  ମଧ୍ୟ ପ୍ରଦେଶର ହରଦା ଜିଲ୍ଲାରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ। ଗୋଟିଏ କିମ୍ବା ଦୁଇଟି ନୁହେଁ ଲଗାତାର ରହି ରହି ବିସ୍ଫୋରଣ ହେଉଛି। ଏହି କାରଣରୁ ଫ୍ୟାକ୍ଟ୍ରିର ୬ ଜଣ କର୍ମଚାରୀ ମୃତ୍ୟୁ ହୋଇଥିବା ବେଳେ ୬୦ ରୁ  ଅଧିକ ଆହତ ହୋଇଛନ୍ତ। ଏବେ ବି ଆହୁରି ତା ଭିତରେ ଫଶି ରହିଥିବାର ଆଶଙ୍କା କରାଯାଉଛି। ବିସ୍ଫୋରଣ ନିଆଁରେ ଆଖପାଖରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ନ୍ୟୁଜ ଏଜେନ୍ସି ଏଏନ୍ଆଇର ସୂଚନା ଅନୁସାରେ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ହରଦା ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀ ଓ ଏସଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଏହି ବାଣ କାରଖାନା ବେଆଇନ ଭାବରେ ଚାଲିଥିଲା। ବାରୁଦ ରଖାଯାଇଥିବା ସ୍ଥାନରେ ନିଆଁ ଲାଗିବା ପରେ ହୋଇଥିଲା ବଡ ଧରଣର ବିସ୍ଫୋରଣ। କାରଖାନାଠାରୁ ୨୦ କିଲୋମିଟର ଦୂରରେ ଥିବା ଘରକୁ ମଧ୍ୟ ବିସ୍ଫୋରଣ ଦୋହଲାଇ ଦେଇଛି। ଏତେ ଭୟଙ୍କର ବିସ୍ଫୋରଣ ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ଏତେ ତେଣେ ଧାଇଁଥିଲେ। କାରଖାନାରୁ ମୋଟା ଧୂଆଁ ଆସ୍ତରଣ ଦେଖିବାକୁ ମିଳିବା ପରେ  ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ ନିଆଁ କିଭଳି ଲାଗିଲା ତା ବିଷୟରେ ପ୍ରକୃତ କାରଣ ଜଣାପଡିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.