ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାଖରେ ରଖିଛନ୍ତି ୧୧୦ଟି ଦେଶର ସାବୁନ୍, ଯାହାର ଦାମ୍ ୧ ଟଙ୍କାରୁ ଆରମ୍ଭ କରି ୮ ହଜାର...

ଲକ୍ଷ୍ନୌ: ବିଭିନ୍ନ ଜିନିଷ ସଂଗ୍ରହ କରି ସାଇତିବା କେତେକଙ୍କ ସଉକ୍ । କେହି ପୁରୁଣା ମୁଦ୍ରା ଓ ନୋଟ୍ ସଂଗ୍ରହ କରୁଥିବାବେଳେ କେହି କେହି ପୁରୁଣା ଡାକ ଟିକେଟ୍ ସାଇତି ରଖିଥାନ୍ତି । କିନ୍ତୁ, ଉତ୍ତରପ୍ରଦେଶ ମୁଜାଫରନଗରର ଜଣେ ବ୍ୟକ୍ତି ସାବୁନ ସଂଗ୍ରହାଳୟ କରିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କ ସଂଗ୍ରହାଳୟରେ ପାଖାପାଖି ୧୧୦ଟି ଦେଶର ସାବୁନ୍ ରହିଛି । ଏହି ସଂଗ୍ରହାଳୟରେ ଟଙ୍କାଟିଏଠୁ ଆରମ୍ଭ କରି ୮ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ସାବୁନ୍ ରହିଛି । ଜୟ କୁମାର ନାମକ ଏହି ବ୍ୟକ୍ତି ଜଣଙ୍କୁ ୪୫ ବର୍ଷ ପୂର୍ବରୁ ସାବୁନ୍ ସଂଗ୍ରହ ନିଶା ଘାରିଥିଲା । କାରଣ ସେହି ସମୟରେ ତାଙ୍କ ନାଁର ଅର୍ଥାତ୍ ଜୟ ନାମକ ଏକ ସାବୁନ ଉପଲବ୍ଧ ହେଉଥିଲା । ସେ ଦୋକାନରୁ ସର୍ବଦା ୨ଟି ସାବୁନ କିଣିଥିଲେ । ଏଥିରୁ ଗୋଟିକକୁ ବ୍ୟବହାର କରୁଥିବା ବେଳେ ଅନ୍ୟଟିକୁ ସାଇତି ରଖୁଥିଲେ । ଧିରେ ଧିରେ ସେ ଅନ୍ୟଦେଶର ସାବୁନ ସଂଗ୍ରହ କରିବା ଆରମ୍ଭ କଲେ । 

ତେବେ ଏବେ ଦେଶବିଦେଶର ହଜାର ହଜାର ସଂଖ୍ୟକ ସାବୁନ୍ ତାଙ୍କ ସଂଗ୍ରହାଳୟରେ ଶୋଭାପାଉଛି । ଏଥିମଧ୍ୟରେ ବହୁ ମୂଲ୍ୟବାନ ସାବୁନ ମଧ୍ୟ ରହିଛି । ତାଙ୍କର ଏହି ସାବୁନ ସଂଗ୍ରହାଳୟ ଲିମ୍‌କା ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଜୟକୁମାରଙ୍କ କହିବବାନୁଯାୟୀ, ସେ ଯେ କୌଣସି ଦେଶକୁ ବୁଲିବାକୁ ଗଲେ ସେଠାରୁ ଫେରିବା ବେଳେ ସେଠାରୁ ସାବୁନ ଅବଶ୍ୟ କିଣିଥାନ୍ତି ଓ ଏହାକୁ ନିଜ ସଂଗ୍ରହାଳୟରେ ସଂଗ୍ରହ କରି ରଖିଥାନ୍ତି । ସାବୁନ୍ ବାଦ୍ ବିଭିନ୍ନ ପ୍ରକାର ଅଳଙ୍କାର, ଖେଳନା ଓ କ୍ୟାଣ୍ଡେଲ ଆଦି ମଧ୍ୟ ସଂଗ୍ରହ କରି ସେ ତାଙ୍କ ସଂଗ୍ରହାଳୟରେ ରଖିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.