ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ମଣିପୁରରେ ପୁଣି ହିଂସା, ଦୁଇ ଗୋଷ୍ଠୀଙ୍କ ଭିତରେ ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ମଣିପୁରରେ ହିଂସା ଜାରି ରହିଛି। ଶନିବାର ହୋଇଥିବା ଏକ ଗୁଳିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବ ଇମ୍ଫାଲ ଏବଂ କଙ୍ଗପୋକପି ଜିଲ୍ଲା ମଧ୍ୟରେ ଥିବା ମୋଇରଙ୍ଗପୁରେଲ ଅଞ୍ଚଳରେ ଦୁଇଟି ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି । 

ମୃତ୍ୟୁବରଣ କରିଥିବା ଉଭୟ ଲୋକ କୁକି ସମ୍ପ୍ରଦାୟର ବୋଲି ଜଣାପଡିଛି । ଦୁଇ ଦିନ ମଧ୍ୟରେ ଗୁଳି ବିନିମୟର ଏହା ହେଉଛି ଦ୍ୱିତୀୟ ଘଟଣା । ସମଗ୍ର ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ମୋଇରଙ୍ଗପୁରେଲ ଅଞ୍ଚଳରେ କୁକି ଏବଂ ମତେଇ ସଂପ୍ରଦାୟ ମୁହାଁମୁହିଁ ହେବାପରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ତେବେ ଗୃହମନ୍ତ୍ରୀ ଅମିତ ଶାହା ୧୫ ଏପ୍ରିଲରେ ମଣିପୁର ଗସ୍ତ କରୁଛନ୍ତି। ଏଭଳି ପରିସ୍ଥିତିରେ ହିଂସା ହେତୁ ଉତ୍ତେଜନା ପରିସ୍ଥିତି ସୁରକ୍ଷା ବାହିନୀ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥି ସହିତ, ଏପ୍ରିଲ ୧୯ ରେ ପ୍ରଥମ ପର୍ଯ୍ୟାୟରେ ଭିତର ତଥା ବାହ୍ୟ ମଣିପୁର ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । 

ସୂଚନାଥାଉକି ଗତ ବର୍ଷ ମେ ମାସରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୫ ହଜାରରୁ ଅଧିକ ଲୋକ ନିଜ ଘର ଛାଡିଛନ୍ତି । ଛଅ ହଜାର ମାମଲା ରୁଜୁ ହୋଇଛି ଏବଂ ୧୪୪ ଜଣଙ୍କୁ ଗିରଫ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.