ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ପୂର୍ବରୁ ହିଁ କହି ଦେଇ ଥିଲି ୪ଜୁନ୍ ପରେ ଏମିତି ହେବ : ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସଂସଦୀୟ ଦଳର ବୈଠକରେ ଲୋକସଭା ନିର୍ବାଚନର ଫଳାଫଳ ଓ ସରକାରଙ୍କ ଆଗାମୀ ଲକ୍ଷ୍ୟକୁ ନେଇ ବିସ୍ତୃତ ଭାବେ ନିଜର ମତ ରଖିଛନ୍ତି। ସେ ବିରୋଧି ଦଳ ବିଶେଷ କରି କଂଗ୍ରେସ ଉପରେ ମଧ୍ୟ ଖୁବ୍ ଟାର୍ଗେଟ୍‌ କରିଛନ୍ତି। ପିଏମ୍‌ ମୋଦି ଆମ୍ ଆଦମୀ ପାର୍ଟି ଓ କଂଗ୍ରେସର ରାସ୍ତା ଅଲଗା ହେବାରେ ଆକ୍ଷେପ କରି ଥିଲେ। ସେ ଇସାରାରେ କହିଥିଲେ ଯେ, ବିଚ୍ଛିନ୍ନତା ଆରମ୍ଭ ହୋଇ ଯାଇଛି, ଯାହାର ଭବିଷ୍ୟବାଣୀ ସେ ପୂର୍ବରୁ ହିଁ କରି ଥିଲେ। 

ପ୍ରଧାନମନ୍ତ୍ରୀ ମୋଦି ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ତଫାତ୍‌କୁ ଦର୍ଶାଇ କହିଛନ୍ତି , ଦୁହିଁଙ୍କ ମଧ୍ୟରେ ବହୁତ ଫରକ ରହିଛି। ପିଏମ୍‌ କହିଛନ୍ତି କି, ତାଙ୍କର ମେଣ୍ଟ କେବଳ କ୍ଷମତା ସୁଖ ପାଇଁ ଥିଲା। ସେ କହିଛନ୍ତି ଯେ, ମେଣ୍ଟ ସତ୍ତ୍ୱେ ସେମାନେ ପରସ୍ପର ମଧ୍ୟରେ ଜଣେ ଜଣଙ୍କ ପିଠିରେ ଛୁରି ଭୁଶୁଛନ୍ତି। ପିଏମ୍‌ ମୋଦି କହିଛନ୍ତି , ସେମାନେ ମେଣ୍ଟ ଘୋଷଣା କରି ଦେଲେ। ହେଲେ କେତେ ରାଜ୍ୟରେ ସେମାନେ ପରସ୍ପର ଭିତରେ ଲଢୁଛନ୍ତି । ପରସ୍ପର ପିଠିରେ ଛୁରାଘାତ କରୁଛନ୍ତି। କେବେ ସେ ଏହାକୁ କହୁଛନ୍ତି ବିଚାରଗତ ଆଲାଏନ୍ସ, ବିଚାର ଲେବଲରେ ଠିକ୍‌, ଅନ୍ୟ ସବୁ ତଳେ...

ପିଏମ ମୋଦି ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସର ରାସ୍ତା ଅଲଗା ହେବାରେ ଟାର୍ଗେଟ୍‌ କରି କହିଛନ୍ତି- ସେ ପୂର୍ବରୁ ହିଁ କହି ଦେଇ ଥିଲେ କି ୪ଜୁନ୍ ପରେ ଏମିତି ହେବ। ପିଏମ୍‌ ମୋଦି କହିଛନ୍ତି , ଏବେ ତ କହିବା ଆରମ୍ଭ କରି ଦେଇଛନ୍ତି କି ଆମର ଆଲାଏନ୍ସ ଲୋକସଭା ନିର୍ବାଚନ ପାଇଁ ଥିଲା, ଏହାପରେ ନାହିଁ। ମୁଁ ବହୁ ପୂର୍ବରୁ କହିଥିଲି କି ୪ ଜୁନ୍‌ ପରେ ବିଚ୍ଛିନ୍ନତା ଆରମ୍ଭ ହୋଇଯିବ ଏବଂ ତାହା ଆରମ୍ଭ ହୋଇ ଯାଇଛି। ଏହାର ଅର୍ଥ ଏହା କି ସେ କେବଳ କ୍ଷମତା ସୁଖ ପାଇଁ ଜଣେ ଜଣଙ୍କ ସହ ରହିବାକୁ ଚେଷ୍ଟା କରୁଥିଲେ। 

ଉଲ୍ଲେଖନୀୟ ଯେ,, ଆମ୍‌ ଆଦମୀ ପାର୍ଟି ଗୁରୁବାର ସନ୍ଧ୍ୟାରେ ଘୋଷଣା କରିଥିଲେ କି ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ବୈଠକ ପରେ ପ୍ରଦେଶ ସଂଯୋଜକ ତଥା ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି କଂଗ୍ରେସ ସହ ମେଣ୍ଟ ଲୋକସଭା ନିର୍ବାଚନ ପାଇଁ ହିଁ ଥିଲା ଏବଂ ବିଧାନସଭା ନିର୍ବାଚନ ତାଙ୍କ ପାର୍ଟି ଏକୁଟିଆ ଲଢିବ। ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ ମଧ୍ୟ ଏହି କଥା କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.