ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ନୂଆ ଓ' କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର, ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ନୂଆ ଯୋଜନା

ଭୁବନେଶ୍ଵର, ୩୦/୦୮ : ବନ୍ଦ ହେଲା ନୂଆ ଓ'। ତତ୍କାଳୀନ ସରକାରଙ୍କ ନୂଆ ଓ' କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର। ଫାଇନାନସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ୍‌ ନାଁରେ ଆସିବ ନୂଆ ଯୋଜନା। ଅଭାବରେ ପଡି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥ‌ିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦେବା ପାଇଁ ଚଳିତ ବର୍ଷ ଠାରୁ ନୂଆ ଯୋଜନା ପ୍ରଣୟନ କରିବେ ରାଜ୍ୟ ସରକାର। ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ଅପର ପକ୍ଷରେ ନୂଆ ଓ' କାର୍ଯ୍ୟକ୍ରମ ଜରିଆରେ କଲେଜ ଗୁଡିକରେ ନାଚଗୀତ ପାଇଁ ପ୍ରାୟ ୯୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ପୂର୍ବତନ ବିଜେଡି ସରକାର। 

ସୂଚନାନୁଯାୟୀ, ତତ୍କାଳୀନ ବିଜେଡି ସରକାର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ ଓ' ଛାତ୍ରବୃତ୍ତି ପ୍ରଦାନ ନେଇ ଘୋଷଣା କରିଥିଲେ। ଏହି ଯୋଜନାରେ ଛାତ୍ରୀମାନଙ୍କୁ ୧୦ ହଜାର ଏବଂ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇଥିଲେ। ଏହି ଛାତ୍ରବୃତ୍ତି ଟଙ୍କା ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଇଥିଲା। ଏଥିପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ରଖିଥିଲେ ବିଜେଡି ସରକାର। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.