ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା

ଭୁବନେଶ୍ୱର ୧୫/୦୪: ସୋମବାର ପବିତ୍ର ନେତ ଉତ୍ସବ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରାର ଆଦ୍ୟ ଉତ୍ସବ  ଅର୍ଥାତ ରଥ ପ୍ରତିଷ୍ଠା ନୀତି ରାତି ଠିକ ୯ଟାରେ ଆରମ୍ଭ ହେବ ।  

କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗ  ସଭାପତି ସରୋଜ ମିଶ୍ର ଏ ସମ୍ପର୍କରେ  ସୂଚନା ଦେଇ କହିଛନ୍ତି ଯେ ଏହି ନୀତି  ନିମନ୍ତେ ପୁରୀରୁ ଗଜପତିଙ୍କ ପ୍ରତିନିଧି ଭାବେ ସୁଧାଶୁଂ ଶେଖର ରାଜଗୁରୁ  ଏବଂ ଦେବୀ ପ୍ରସାଦ ରାଜଗୁରୁ ଯୋଗ ଦେବେ । ସେମାନଙ୍କୁ ରଥ ପ୍ରତିଷ୍ଠାରେ ସବୁ ପ୍ରକାର ସହଯୋଗ କରାଯିବ ବୋଲି ରବିବାର ନିଯୋଗର ଏକ ସ୍ୱତନ୍ତ୍ର  ବୈଠକରେ ଆଲୋଚନା ହୋଇଥିଲା । ଏହି ପୂଜା ନୀତି ପ୍ରାୟ ୫ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଅନୁଷ୍ଠିତ ହେବ । ଏହି ନୀତି  ସରିଲେ ଶ୍ରୀଜିଉଙ୍କ ମଙ୍ଗଳବାର ରଥଯାତ୍ରା  ନିମନ୍ତେ ପୂଜାର୍ଚ୍ଚନା ଆରମ୍ଭ ହେବ ।  ଅଶୋକାଷ୍ଟମୀରେ ଠିକ ସାଢେ୩ଟାରେ  ରଥଟଣା ଆରମ୍ଭ ହେବ । ଏଥର ୨ଟି ଯାକ  ସମନ୍ୱୟ ବୈଠକରେ(ଜିଲ୍ଲା ପ୍ରଶାସନ  ଓ ପୋଲିସ ବିଭାଗ)ଗୋଟିଏ ଦିନରେ  ରଥ ରାମେଶ୍ୱର ମନ୍ଦିର ପହଞ୍ଚିବା ଲାଗି  ଆପାତତଃ ଚୁଡାନ୍ତ କରାଯାଇଛି । ତେଣୁ  ଏ ଦିଗରେ ମଧ୍ୟ ସବୁ ପ୍ରକାର ଚେଷ୍ଟା  କରାଯିବ ବୋଲି ମନ୍ଦିର ପ୍ରଶାସନ  ତରଫରୁ କୁହାଯାଇଛି । 

 ପ୍ରକାଶ ଥାଉକି ପୂର୍ବରୁ ସମସ୍ତ  ପ୍ରସ୍ତୁତି ବୈଠକରେ ମହାରଣା ସେବାୟତ  ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ  ନିର୍ମାଣ ସାରି ପ୍ରଶାସନକୁ ହସ୍ତାନ୍ତର  କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ  ା ସେହି କ୍ରମରେ ସୋମବାର ଦ୍ୱିପହର  ସୁଦ୍ଧା ରଥ ମଧ୍ୟ ହସ୍ତାନ୍ତର ହୋଇଯିବ  ବୋଲି ବଟକୃଷ୍ଣ,ବଳରାମ ଓ ସୋମନାଥ  ମହାରଣା କହିଛନ୍ତି । ରଥରେ ସିଂହାସନ  ଠାରୁ ନେଇ ଘଣ୍ଟି,ସୂଆ,ବ୍ରହ୍ମା,ଚାରିଦୁଆର  ଆଦି ଚଢାଇବା କାମ ଚାଲିଛି ।  ସେହିପରି ଦରିଜୀଙ୍କ ତରଫରୁ ମଧ୍ୟ  ରଥ କନା,ଦୁଆର ଅଡା,ଘାଣ୍ଟ ଚକଡା  କନା,ସିଂହାସନ ଘେର,ବ୍ରହ୍ମାଙ୍କର  ଘେର,ରଥ ପତକା,ପାଲିଙ୍କି କନା,ବିଭିନ୍ନ  ଆକୃତିର ଫୁଲ ସହ ଦିଅଁଙ୍କ ପହଣ୍ଡି  ପାଇଁ ଖଣ୍ଡୁଆ କନା (ଚାନ୍ଦୁଆ) ହସ୍ତାନ୍ତର  ସରିଛି । ସୋମବାର ଅପରାହ୍ନରେ  ପୋଲିସ ବିଭାଗ ତରଫରୁ ସୁରକ୍ଷା  ଓ ଯାନବାହାନ ପାର୍କିଂ ନିମନ୍ତେ ମଧ୍ୟ  ମାର୍ଗ ଦର୍ଶିକା ଜାରି କରାଯିବା। 

ରୁକୁଣା ରଥଯାତ୍ରାର ମଙ୍ଗଳବାର ନୀତି ନିର୍ଘଣ୍ଟ

ମଙ୍ଗଳ ଆଳତି ଓ ଅବକାଶ ଭୋର- ୫ଟାରୁ ସାଢେ୫ 

ସାହାଣମେଲା ଦର୍ଶନ- ଭୋର ସାଢେ ୫ଟାରୁ ସକାଳ ସାଢେ୬ଟା

ରୋଷ ହୋମ- ସକାଳ ସାଢେ୫ଟା

ଛାମୁ ପରିଷ୍କାର- ସକାଳ ସାଢେ୬ରୁ ୭ଟା

ମହାସ୍ନାନ ଓ ବେଶ- ସକାଳ ୭ଟାରୁ ୮ଟା 

ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଶ୍ରୀଜିଉଙ୍କଓ ଠାକୁରାଣୀ 

ବଲ୍ଲଭ ଓ ସକାଳ ଧୂପ-   ସକାଳ ୮ଟାରୁ ୯ଟା ୧୫

ଭୁବନେଶ୍ୱରୀଙ୍କ ସକାଳ ଧୂପ- ସକାଳ ୯ଟା ୧୫ରୁ ୯ଟା ୪୫

ଭୋଗ ମଣ୍ଡପ- ସକାଳ ୯ଟା୪୫ରୁ ୧୦ଟା ୪୫

ମହାସ୍ନାନ ଓ ବେଶ 

ସୂର୍ଯ୍ୟ ପୂଜା,ଦ୍ୱାରପାଳ ପୂଜା- ଦିନ ୧୦ଟା ୪୫ରୁ ୧୨ଟା ମଧ୍ୟରେ

ଯାତ୍ରା- ପୂଜା ମଧ୍ୟାହ୍ନ ୧୨ଟାରୁ ସାଢେ ୧୨

ଶ୍ରୀଜିଉଙ୍କ ପହଣ୍ଡି,ରଥାରୁଢ- ମଧ୍ୟାହ୍ନ ସାଢେ୧୨ରୁ ସାଢେ ୧ଟା

ରଥରେ ପୂଜା- ମଧ୍ୟାହ୍ନ ସାଢେ୧ଟାରୁ ସାଢେ୩ଟା

ରଥଟଣା ଆରମ୍ଭ- ଅପରାହ୍ନ ସାଢେ୩ଟା

ରାମେଶ୍ୱର ମନ୍ଦିରକୁ ବିଜେ- ସଂନ୍ଧ୍ୟା ସାଢେ ୭

ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତି- ସଂନ୍ଧ୍ୟା ସାଢେ ୭ଟାରୁ ଆରମ୍ଭ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.