ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଖୁବ୍‌ଶୀଘ୍ର ନିର୍ମାଣ ହେବ ପୁଲିସ ବିଲ୍ଡିଂ , ୪ ମହଲା କୋଠାରେ ଚାଲିବ ଡିସିପି ଅଫିସ୍; ୯.୫ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର,୦୭/୦୯: କମିଶନରେଟ୍‌ ପୁଲିସ ମୁଖ୍ୟାଳୟର ଆକର୍ଷଣୀୟ  ବିଲ୍ଡିଂ ଭଳି ରାଜଧାନୀରେ ପୁଲିସ ବିଭାଗର ଆଉ ଏକ ବିଲ୍ଡିଂ ନିର୍ମଣ ହେବ । ଖୁବ୍‌ଶୀଘ୍ର ବାଣୀବିହାର ଛକରେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ ପରିସରରେ ୪ ମହଲା  ବିଶିଷ୍ଟ ପୁଲିସ ବିଲ୍ଡିଂ ଶୋଭା ପାଇବ । ହେବ ମୋଟ ୯.୫ କୋଟି ଟଙ୍କା ବ୍ୟୟରେ  ବର୍ଷକ ମଧ୍ୟରେ ଏହି ଅତ୍ୟାଧୁନିକ ବିଲ୍ଡିଂ ନିର୍ମାଣ ପାଇଁ ଟାର୍ଗେଟ ରଖାଯାଇଛି । 

ବର୍ତ୍ତମାନ କ୍ୟାମ୍ପସର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏକାଧିକ କୋଠା  ଭଙ୍ଗାଚାଲିଛି । ପ୍ରାୟ ୨୫ ହଜାର ବର୍ଗଫୁଟ୍‌ ଜାଗାରେ ଏହି ଅତ୍ୟାଧୁନିକ ବିଲ୍ଡିଂ  ନିର୍ମାଣ ହେବ । ସେଥିରେ ବିଲ୍ଡିଂରେ ଡିସିପି ଅଫିସ ସହ ମଡର୍ଣ୍ଣ କମାଣ୍ଡ  ଓ କଣ୍ଟ୍ରୋଲ ସେଣ୍ଟର, ବିରାଟ କନଫରେନ୍ସ ହଲ୍‌, ମଡର୍ଣ୍ଣ ଫରେନ୍ସିକ ଲାବ୍‌,  ଲାଇସେନ୍ସ ସେଲ୍‌ ରହିବ । ଡିସିପିଙ୍କ କୋର୍ଟ, ସ୍ପେସାଲ ସ୍କା୍ୱାର୍ଡ ସବୁ ଗୋଟିଏ ଛାତ  ତଳେ କାର୍ଯ୍ୟ କରିବ । ତଳ ମହଲରେ ପାର୍କିଂ କରାଯିବ, ତୃତୀୟ ମହଲାରେ  ଡିସିପିଙ୍କ କାର୍ଯ୍ୟାଳୟ ସାଙ୍ଗକୁ ଡିସିପିଙ୍କ କୋର୍ଟ ରହିବ । ଦ୍ୱିତୀୟ ମହଲାରେ  ସ୍ପେଶାଲ ସ୍କ୍ୱାର୍ଡ, ଲାଇସେନ୍ସ ସେଲ, କଣ୍ଟ୍ରୋଲ ସେଣ୍ଟର, ଦୁଇଟି କନଫରେନ୍ସ  ହଲ୍‌ ରହିବ । ବିଲ୍ଡିଂରେ କ୍ୟାଣ୍ଟିନ, ଲାଇବ୍ରେରି ମଧ୍ୟ ନିର୍ମାଣ ହେବ । ରାଜ୍ୟ ପୁଲିସ ହାଉିସଂ ୱେଲ୍‌ଫେୟାର କର୍ପୋରେସନ୍‌ ଦ୍ୱାରା ନିର୍ମାଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.