ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ରିଲିଜ୍‌ ହେଲା ରଜର ପ୍ରଥମ ସିନେମା ‘ପାବାର୍‌’, ୮ ବର୍ଷ ପରେ ଏକାଠି ବାବୁସାନ୍‌-ଏଲିନା: ୧୪ରେ ଆସୁଛି ‘କୁହୁଡ଼ି’ ଓ ‘ଚନ୍ଦ୍ରବଂଶୀ’

Published By : Prameya | June 13, 2024 11:18 AM

ଭୁବନେଶ୍ୱର,୧୩/୦୬: ରିଲିଜ୍‌ ହେଲା ରଜର ପ୍ରଥମ ଓଡ଼ିଆ ସିନେମା ‘ପାବାର୍‌’ ।  ଏହାର ପ୍ରମୁଖ ଭୂମିକାରେ ଓଲିଉଡ ସୁପର୍‌ଷ୍ଟାର୍‌ ବାବୁସାନ୍‌ ଓ ଚୁଲ୍‌ବୁଲି ଏଲିନା ଅଭିନୟ  କରିଛନ୍ତି । ବଡ଼ କଥା ହେଲା, ଦୀର୍ଘ ୮ ବର୍ଷ ପରେ  ଦୁହିଁଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ  ମିଳିଛି । ଅନ୍ୟାନ୍ୟ ପ୍ରମୁଖ ଚରିତ୍ରରେ ବରିଷ୍ଠ  ଅଭିନେତ୍ରୀ ଅପରାଜିତା ମହାନ୍ତି, ଜୟପ୍ରକାଶ  ଦାଶ, କ୍ରିଷ୍ଣା କର, ସୋମୁ, ବବି ମିଶ୍ର, ପପୁ  ପମ୍‌ପମ୍‌, ଅଭିନେତା ରବି ମିଶ୍ର, ଅନୁଗୁଳିଆ  ବଣ୍ଟି, ଭକ୍ତି ଓ ବାପି ପ୍ରମୁଖ ଅଭିନୟ କରିଛନ୍ତି ।  ସିନେମାର ନିର୍ଦ୍ଦେଶନା ବାବୁଙ୍କ ପୁରୁଣା ବନ୍ଧୁ  ଅଶୋକ ପତି ଦେଇଥିଲାବେଳେ ପ୍ରଯୋଜନା  ଭାର ସମ୍ଭାଳିଛନ୍ତି ବାବୁଙ୍କ ପତ୍ନୀ ତୃପ୍ତି ଶତପଥୀ ।  ସାରା ଓଡ଼ିଶାର ୫୦ଟି ହଲ୍‌ରେ ଆଜି ସିନେମା  ମୁକ୍ତିଲାଭ କରିଥିଲାବେଳେ ଭୁବନେଶ୍ୱରର ୨ଟି  ହଲ୍‌ରେ କଳାକାରଙ୍କ ସହ ପ୍ରିମିୟର ସୋ’  ଅନୁଷ୍ଠିତ ହୋଇଯାଇଛି । ଫାଷ୍ଟ୍‌ ଡେ’ ଫାଷ୍ଟ୍‌  ସୋ’ ପୂରା ହାଉସ୍‌ଫୁଲ୍‌ ଥିଲା । 

ଏହାକୁ ଦେଖି  ନିର୍ଦ୍ଦେଶକ କହିଛନ୍ତି, କପି ପେଷ୍ଟର ଯୁଗ ଶେଷ ।  ଏବେ ଦର୍ଶକ ଯାହା ଚାହୁଁଛନ୍ତି, ତାହା ଆମେ  ଭେଟି ଦେଇଛୁ । ଏକ ସତ୍ୟ ଘଟଣାକୁ ଆଧାର  କରି ସିନେମାର ନିର୍ମାଣ କରାଯାଇଛି । ଏହାର  ଗୀତଗୁଡ଼ିକୁ ଶ୍ରୋତା ଖୁବ୍‌ ପସନ୍ଦ କରିଛନ୍ତି,  ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ତଥା  ସଙ୍ଗୀତକାର ଗୌରବ ଆନନ୍ଦ । ‘ନାଲିଶାଢ଼ି’  ଓ ‘ଲାଲ୍‌ ଟହ ଟହ’ ଗୀତକୁ ଦର୍ଶକ ବେଶି  ପସନ୍ଦ କରିଛନ୍ତି । ପଲିଟିକାଲ୍‌ ଡ୍ରାମା ଆଧାରିତ  ଏହି ଫିଲ୍ମରେ ଖୁବ୍‌ କମେଡି ମଧ୍ୟ ରହିଛି ।  ଯାହା ଦର୍ଶକଙ୍କୁ ହସେଇବା ସହିତ କନ୍ଦେଇବ  ମଧ୍ୟ । ପ୍ରିମିୟରରେ ଚଳଚ୍ଚିତ୍ରର କଳାକାର  ଓ ଟେକ୍ନିସିଆନ୍‌ଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ  ଜଣାଶୁଣା ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ହଲ୍‌କୁ  ଏଣ୍ଟ୍ରି ସମୟରେ ବାବୁସାନ୍‌ଙ୍କୁ ଦେଖିବା ଲାଗି ବହୁ  ଭିଡ଼ ଲାଗିଥିଲା ।  

ସେହିପରି ଆସନ୍ତା ୧୪ ତାରିଖ ପହିଲି  ରଜରେ ଆଉ ୨ଟି ସିନେମା ଶୁଭମୁକ୍ତି କରୁଛି ।  ଗୋଟିଏ ହେଲା ଅନୁଭବଙ୍କ ଅଭିନୀତ ସତ୍ୟ ଓ  ନିଚ୍ଛକ ଘଟଣା ଉପରେ ଆଧାରିତ ‘କୁହୁଡ଼ି’ ।  ଅନ୍ୟଟି ହେଲା ଏକ ଭିନ୍ନ କାହାଣୀ ଆଧାରିତ  ‘ଚନ୍ଦ୍ରବଂଶୀ’ । କ୍ୟାମେରା କୁଇନ୍‌ ପ୍ରଡକ୍ସନ୍ସ ନିବେଦିତ ‘କୁହୁଡ଼ି’ରେ ଲୋକପ୍ରିୟ ଷ୍ଟାର୍‌  ଅନୁଭବ ଦର୍ଶକଙ୍କ ପାଖକୁ ମୁଖ୍ୟ ତଥା  ଭିନ୍ନ ଚରିତ୍ରରେ ଆସୁଛନ୍ତି । କେବଳ ନିଜ  କଥା କହିବାକୁ। କୁହୁଡ଼ିର ଚାଦର ହଟାଇ  ସତ୍ୟକୁ ପଦାକୁ ଆଣିବାକୁ ସେ ଜୀବନକୁ  ବାଜି ଲଗାଇଦେଇଛନ୍ତି । ଏଥିରେ ତାଙ୍କ  ସହ ସୁପ୍ରିୟା, ପ୍ରକୃତି ମିଶ୍ର, ଦୀପନ୍ୱିତ ଦାସ  ମହାପାତ୍ର, କୁନା ତ୍ରିପାଠୀ, ଶକ୍ତି ବରାଳ,  ସୁଶୀଲ ମିଶ୍ର ଓ ସୁକୁମାର ଟୁଡୁ ପ୍ରମୁଖ  ଅଭିନୟ କରିଛନ୍ତି । ହିମାଦ୍ରି ତନୟା ଦାସ  ପ୍ରଯୋଜକ ଥିବାବେଳେ କାହାଣୀ ଓ ନିର୍ଦ୍ଦେଶନା  ଦେଇଛନ୍ତି ଅଜୟ ପାଢ଼ୀ । 

ଚିତ୍ରନାଟ୍ୟ ଓ ସଂଳାପ  ଲେଖିଛନ୍ତି ମାନସ ପଢ଼ିଆରୀ, ଅମିତ କୁମାର  ଦାସ ଓ ଅନୀଲ ବାରିକ । ସଙ୍ଗୀତ ଦେଇଛନ୍ତି  ସୋମେଶ ଶତପଥୀ । ସେହିପରି କୁମାର  ପ୍ରୀତମ୍‌ ସାହୁଙ୍କ ପ୍ରଯୋଜିତ ଏବଂ ଅନସମିସ୍‌  ପ୍ରଡକ୍ସନ୍ସ ନିବେଦିତ ଚତୁର୍ଥ ସିନେମା  ‘ଚନ୍ଦ୍ରବଂଶୀ’ । ଏହି ମଲ୍ଟିଷ୍ଟାର୍‌ର ସିନେମା  ଦର୍ଶକଙ୍କୁ ନିଆରା ସ୍ୱାଦ ଦେବ। ଏଥିରେ  ସିଦ୍ଧାନ୍ତ, ଶ୍ରୀତମ୍‌, ଆକାଶ, ଉଷସୀ, ରାଜ  ରାଜେଶ, ପୁନମ୍‌, ଜସ୍ମିନ୍‌ ରଥ, ଲିପ୍ସା, ପ୍ରତିଭା  ପଣ୍ଡା, ସମରେଶ, ଶକ୍ତି ବରାଳ, ତାପସ  ସରଘରିଆ ଓ ଅଶ୍ୱିନୀ ତ୍ରିପାଠୀଙ୍କ ସହ ଯାତ୍ରାର  ଦୁଇ ଚର୍ଚ୍ଚିତ ଷ୍ଟାର୍‌ ଗୁରୁ-ଶିଷ୍ୟ ଦୈତାରୀ ପଣ୍ଡା  ଓ ପୀୟୂଷ ତ୍ରିପାଠୀଙ୍କ ଭଳି କଳାକାରଙ୍କୁ ମୁଖ୍ୟ  ଭୂମିକାରେ ଦେଖିବାକୁ ମିଳିବ । ୟଶ୍‌-ସୁନୀଲ  ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିବାବେଳେ  ଅସାଦ ନିଜାମ୍‌ ସଙ୍ଗୀତ ଦେଇଛନ୍ତି । ଏଥିରେ  ରଜକୁ ନେଇ ଏକ ଗୀତ ରହିଛି, ଯାହା ପୂରା  ହିଟ୍‌ କରିବ ବୋଲି ଚର୍ଚ୍ଚା ହେଉଛି ।

  • PrameyaOdia
  • prameya
  • Movie
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.