ନୀଳଗିରି,୨୭/୦୯ : ବିଶ୍ୱ ପର୍ଯ୍ୟଟନ ଦିବସରେ ଉତ୍ତର ଓଡ଼ିଶାର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବନ୍ଦ । ଲଗାଣ ବର୍ଷାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ଝରଣା ପାଣି ପ୍ରଖର ହୋଇ ଶୈବପୀଠ ବୁଡି ଯାଇଛି । ପୂଜା ମଣ୍ଡପ,ଦୀପ ଜାଳିବା ସ୍ଥାନରେ ଚାଲିଲା ଆଣ୍ଠୁଏ ଉଚ୍ଚର ଝରପାଣି । ପାଣି ପ୍ରବାହିତ ପାଇଁ ଲିଙ୍ଗ ସ୍ପର୍ଶ କରିବା ସମ୍ବବ ହୋଇନାହିଁ । ତେଣୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ପୀଠ ବନ୍ଦ ରହିଛି । ବାବାଙ୍କୁ ସ୍ପର୍ଶ କରିନପାରି ରାଜ୍ୟ ବାହାରୁ ଆସିଥିବା ଭକ୍ତ ନିରାଶ ହୋଇଛନ୍ତି ।