ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ପାପୁଆ ନ୍ୟୁଗିନିର କାଓକଲାମରେ ଭୂସ୍ଖଳନ ,୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଆଶଙ୍କା

ପୋର୍ଟ ମୋରେସବି,୨୬/୦୫: ପାପୁଆ ନ୍ୟୁଗିନିର କାଓକଲାମ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଭୂସ୍ଖଳନ ଯୋଗୁ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଆଶଙ୍କା  କରାଯାଉଛି । ସେହିଭଳି ଅନେକ ଲୋକ ଆହତ ହୋଇଛନ୍ତି । ଖବର ମୁତାବକ ପାପୁଆ ନ୍ୟୁଗିନିର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଏଙ୍ଗା ପ୍ରଦେଶର  କାଓକଲାମ ଗ୍ରାମରେ ସ୍ଥାନୀୟ ସମୟ ଭୋର ୩ଟାରେ ଭୂସ୍ଖଳନ ହୋଇଥିଲା । ଏହି ସମୟରେ  ଅଧିକାଂଶ ଲୋକ ଶୋଇଥିଲେ । ଖବର ପାଇ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର  କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ପାହାଡ଼ ଧସିବା ଯୋଗୁ କାଓକଲାମ ଗ୍ରାମ ସର୍ବାଧିକ କ୍ଷତିଗ୍ରସ୍ତ  ହୋଇଛି । ଗ୍ରାମର ସମସ୍ତ ଲୋକ ଶୋଇଥିଲା ବେଳେ ଭୂସ୍ଖଳନ ହୋଇଥିଲା । ସେମାନଙ୍କୁ ବଞ୍ଚାଇବା  ପାଇଁ ସୁଯୋଗ ମିଳି ନ ଥିଲା । ଆହୁରି ଅନେକ ଲୋକ ନିଜ ଘରେ ଚାପି ହୋଇ ରହିଛନ୍ତି । ଏଭଳି ଘଟଣାରେ ପାପୁଆ ନ୍ୟୁଗିନି ସରକାର ଅନ୍ତର୍ଜାତୀୟ ସହାୟତା ପାଇଁ ଅପିଲ୍‌ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.