ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଋଷ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy: theweek

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷିଆର ରାଜଧାନୀ ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି । ପୁଟିନଙ୍କ ଆମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ଋଷିଆ ଯାଇଛନ୍ତି । ପିଏମ୍ ମୋଦୀ ଋଷ ରାଷ୍ଟ୍ରପତିଙ୍କ ସହ ୨୨ତମ ଋଷ-ଭାରତ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ । ମଙ୍ଗଳବାର ଏହି ଶିଖର ସମ୍ମିଳନୀର ଆୟୋଜନ ହେବ । ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ରାତ୍ରିଭୋଜନରେ ସାମିଲ ହେବେ ପିଏମ୍ ମୋଦୀ । 

ରାତ୍ରିଭୋଜନରେ ଯୋଗ ଦେବା ପାଇଁ ପହଞ୍ଚିଥିବା ପିଏମ୍ ମୋଦୀଙ୍କୁ ପୁଟିନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ଏହା ପୂର୍ବରୁ ମସ୍କୋ ଏୟାରପୋର୍ଟରେ ପିଏମ୍ ମୋଦୀ ଓହ୍ଲାଇବା ପରେ ସେଠାରେ ତାଙ୍କୁ ଭଗ୍ୟ ସ୍ୱାଗତ କରାଯାଇଥିଲା । ଋଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋଭ ସ୍ୱାଗତ କରିଥିଲେ । ବିମାନ ବନ୍ଦରରେ ଗ୍ରାଣ୍ଡ ୱେଲକମ୍ ପରେ ପିଏମ୍ ମୋଦୀ ହୋଟେଲରେ ପହଞ୍ଚିଥିଲେ । 

ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଋଷ କଳାକାରମାନେ ଉପସ୍ଥିତ ରହିଥିଲେ । ଏହି ସମୟରେ ଋଷର ଉପପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମସ୍କୋରେ ଦ କାର୍ଲଟନ ହୋଟେଲରେ ପହଞ୍ଚିବା ପରେ କିଛି ପିଲାଙ୍କୁ ଭେଟିଥିଲେ ଏବଂ ପ୍ରବାସୀ ଭାରତୀୟଙ୍କ ସହ କଥାବର୍ତ୍ତା ହୋଇଥିଲେ । ଅନୁମାନ କରାଯାଉଛି ଯେ ପିଏମ୍ ମୋଦୀ ଏବଂ ଋଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଏକ ଘଣ୍ଟାରୁ ଅଧିକ ସମୟ ହୋଇପାରେ ।

  • President Putin
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.