ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସାଡୀଙ୍ଗିଆରେ ପୋଲିସର ଫ୍ଲାଗମାର୍ଚ୍ଚ

ଫିରିଙ୍ଗିଆ,୧୭।୩:  ଆଗାମୀ ସାଧାରଣ ବିର୍ବାଚନକୁ ଆଖିଆଗରେ ରଖି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ପକ୍ଷରୁ ସାଡୀଙ୍ଗିଆ ଠାରେ ଫ୍ଲାଗମାର୍ଚ୍ଚ କରାଯାଇଛି I ତେବେ ଫିରିଙ୍ଗିଆ ଥାନା ଅଧୀନରେ ଥିବା ଏହି ସାଡୀଙ୍ଗିଆ ଅଞ୍ଚଳ ଟି ମାଓ ପ୍ରଭାବିତ ଓ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଫିରିଙ୍ଗିଆ ପୋଲିସ ପ୍ରଥମେ ଏହି ସାଡୀଙ୍ଗିଆ ଠାରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରିଛି I

ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ଫ୍ଲାଗମାର୍ଚ୍ଚ ରେ ଥାନାରେ କାର୍ଯ୍ୟରତ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ ଙ୍କ ସହ ଏସଏଇ ପ୍ରମୋଦ କୁମାର ବେହେରା ଓ ସାଡୀଙ୍ଗିଆ କଟାପାଙ୍ଗା ଠାରେ ଥିବା ୯୯ ବାଟାଲିୟନ ର ବିଏସଏଫ ଯବାନ ମନେ ସାମିଲ ଥିଲେ I 

ସୂଚନା ଯୋଗ୍ୟଯେ ଗତ ସାଧାରଣ ନିର୍ବାଚନ ସମୟରେ ଏହି ସାଡୀଙ୍ଗିଆ ଅଂଚଳରେ ଲାଲ ବାହିନୀ   ପୋଲିଂ ଗାଡି କୁ ପୋଡିଦେବା ସହ ବିଭିନ୍ନ ପ୍ରକାର ହିଂସାତ୍ମକ ଘଟଣା ଘଟାଇଥିଲେ I ଏହାସହ କିଛିମାସ ତଳେ ଏହି ଅଂଚଳରେ ଥିବା ସୁମେରବନ୍ଧ ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କୁ ଲାଲବାହିନୀ ଘରୁ ଡ଼ାକିନେଇ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । କିଛିଦିନ ତଳେ ସାଡୀଙ୍ଗିଆ ଅଂଚଳର ବିଭିନ୍ନ ଜାଗାରେ ପୋଷ୍ଟର ମାରି ଲାଲବାହିନୀ ନିଜର ସ୍ଥିତି ମଧ୍ୟ୍ୟ ଜାହିର କରିଥିଲେ I ତେବେ ରବିବାର ଅନୁଷ୍ଠିତ ହୋଇଥିବା ଏହି ଫ୍ଲାଗ ମାର୍ଚ୍ଚ ରେ ପୋଲିସ ନିଜର ଉପସ୍ଥିତି ଜାହିର କରିଵା ସହ ଅଂଚଳର ଜନ ସାଧାରଣ ପୋଲିସକୁ ସାହାଯ୍ୟ କରିବା ପାଇଁ ଥାନା ଅଧିକାରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ I

ଆହୁରି ପଢନ୍ତୁ : ଖେଳୁଥିବା ବେଳେ ଝରକା ବନ୍ଧ ପଡ଼ି ଶିଶୁ ପୁତ୍ର ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.