ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମାଲକାନଗିରିରେ ବର୍ଷା, ତାତି ଦାଉରୁ ଜିଲ୍ଲାବାସୀ ହେଲେ ଆଶ୍ୱସ୍ତ

ମାଲକାନଗିରି,୯/୪ :   ମାଲକାନଗିରି ଜିଲ୍ଲାରେ  ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ତାପମାତ୍ରା ଲଗାତର ଭାବେ ୪୨ ରୁ୪୩ ଡିଗ୍ରୀ ରହିଆସୁଥିଲା। ଉତ୍ତପ୍ତ ସହର ପାଲଟି ଥିଲା ମାଲକାନଗିରି।ଦିନ ୧୧ ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତା ଘାଟ ଜନ ଶୂନ୍ୟ ସହିତ ଦୋକାନ ବଜାର ଗୁଡିକ ବନ୍ଦ ହୋଇଯାଇଥିଲା। । ସୋମବାର ରାତ୍ର ରେ  ମାଲକାନଗିରି ସହରରେ ଘଡ଼ ଘଡି ସହିତ ବର୍ଷା ହେବାରୁ ସହରବାସୀ ତାତି ରୁ ରକ୍ଷା ପାଇବା ସହିତ ଗ୍ରୀଷ୍ମପ୍ରବାହ ରୁ ଆଶ୍ୱସ୍ତ ଲାଭକରିଛନ୍ତି।

ଗତ କାଲି ସନ୍ଧ୍ୟାରେ ମାଲକାନଗିରି ବ୍ଲକ ଅଞ୍ଚଳରେ ୧୭.୮ମିଲିମିଟର ବର୍ଷା ହୋଇଥିବା ବେଳେ ଖଇରପୁଟ ବ୍ଲକରେ ୧୩ମିଲିମିଟର ଓ ମାଥିଲି ବ୍ଲକ ରେ ୫ ମିଲିମିଟର  ବର୍ଷା ହୋଇଛି। ଜିଲ୍ଲାର ତିନୋଟି ବ୍ଲକ ରେ ମୋଟ ୩୫.୮ମିଲିମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.