ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଣବୀର କପୁରଙ୍କ ରାମାୟଣ ହେବ ସବୁଠୁ ମହଙ୍ଗା ଭାରତୀୟ ଫିଲ୍ମ,ବ୍ରହ୍ମାସ୍ତ୍ରରୁ ଅଧିକ ରହିଛି ବଜେଟ

ମୁମ୍ବାଇ,୧୪/୫: ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ' ଶିରୋନାମାରେ ରହିଛି । ଫିଲ୍ମରେ ରଣବୀରଙ୍କୁ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ । ସେହିପରି ସାଇ ପଲ୍ଲବୀ ସୀତାଙ୍କ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ରଣବୀର ଏକ ଧାର୍ମିକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଅନେକ ବର୍ଷର ଅପେକ୍ଷା ପରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ନିକଟରେ ଫିଲ୍ମର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଉଭୟଙ୍କୁ ଫିଲ୍ମ ପାଇଁ ସୁଟ କରୁଥିବାର ନଜର ଆସିଛନ୍ତି । 

ବଲିଉଡ ହଙ୍ଗାମାର ରିପୋର୍ଟ ମୁତାବକ,'ରାମାୟଣ ପାର୍ଟ ଓ୍ବାନ'ପାଇଁ ନିର୍ମାତା ୧୦୦ ମିଲିୟନ ଡଲାର ଅର୍ଥାତ ୮୩୫ କୋଟି ଟଙ୍କାର ବଜେଟରେ ହେବା ପାଇଁ ଆଲର୍ଟ ହୋଇଛି ।  ରାମାୟଣ କେବଳ ଫିଲ୍ମ ନୁହେଁ। ନିର୍ମାତା ଏହାକୁ ସବୁଠୁ ମହଙ୍ଗା ଫିଲ୍ମ ବନାଇବାକୁ ପ୍ରଚେଷ୍ଟା କରୁଛନ୍ତି ।  ପ୍ରଡ୍ୟୁସର ନମିତ ମଲହୋତ୍ରା ରାମାୟଣମକୁ ଏକ ଶାନଦାର ପ୍ରୋଜେକ୍ଟ ବନାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। 

'ବ୍ରହ୍ମାସ୍ତ୍ର'ରୁ ଦ୍ବିଗୁଣ ଅଧିକ ବଜେଟ 

ରଣବୀରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ବଜେଟ ୪୦୦ କୋଟି ଟଙ୍କା ହୋଇଥିଲା। ହେଲେ ପରେ ଦୈନିକ ଭାସ୍କର ସହ ଏକ ଇଣ୍ଟରଭ୍ୟୁରେ ରଣବୀର କହିଥିଲେ ଯେ ୪୦୦ କୋଟି ବଜେଟ କେବଳ ପ୍ରଥମ ଫିଲ୍ମ ପାଇଁ ନୁହେଁ, ବରଂ ପୁରା ବ୍ରହ୍ମାସ୍ତ୍ର ପ୍ରୋଜକ୍ଟର । ଯେଉଁଥିରେ ୩ଟି ଫିଲ୍ମ ସାମିଲ ଅଛନ୍ତି । ତେବେ ଏହି ହିସାବରେ ରାମାୟଣର ପ୍ରୋଜେକ୍ଟ ବ୍ରହ୍ମାସ୍ତ୍ର ଠାରୁ ୪ଗୁଣ ଅଧିକ ରହିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.