ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ଟ୍ରାଫିକ୍‌ ପୋଷ୍ଟରୁ ହଟିବ ନାଲି ସିଗ୍‌ନାଲ, ଅପରାଧମୁକ୍ତ ହେବ ସବୁ ସହରାଞ୍ଚଳ

ଭୁବନେଶ୍ୱର, ୨୬/୦୬ : ଏଣିକି ଟ୍ରାଫିକ୍‌ ପୋଷ୍ଟରେ ନାଲି ସିଗନାଲ ରହିବନି କିମ୍ବା ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ରେ ଫସିବାକୁ ପଡି଼ବନି । ଏହାର ବିକଳ୍ପ ବ୍ୟବସ୍ଥା କରାଯିବ । ସହର ସାରା ଓଭରବ୍ରିଜ୍‌, ଆପ୍ରୋଚ ରୋଡ ନିର୍ମାଣ ହେବ । ଏହା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଭାଗୀୟ ସମୀକ୍ଷା ପରେ ଶ୍ରୀ ମହାପାତ୍ର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି, ସାଧାରଣ ଲୋକମାନେ ଘରୁ ବାହାରିବା ମାତ୍ରେ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ରେ ଫସୁଛନ୍ତି । ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ଘଣ୍ଟା ଘଣ୍ଟା ବିଳମ୍ବ ଘଟୁଛି । ଅଫିସ୍‌ରେ ବିଳମ୍ବରେ ପହଞ୍ଚିବା ଝିନ୍‌ଝଟରୁ ଦୂରେଇବାକୁ ଦୁଇ ଘଣ୍ଟା ପୂର୍ବରୁ ଘରୁ ବାହାରିବାକୁ ପଡୁଛି । ଆଗକୁ ରାଜ୍ୟର ବଡ଼ ସହରରେ ଥିବା ଏହି ନାଲି ସିଗନାଲ ସମସ୍ୟା ହଟାଯିବ । ଯେଉଁ ଟ୍ରାଫିକ୍‌ ପୋଷ୍ଟରେ ବେଶୀ ଯାନବାହନ ଚଳାଚଳ କରୁଛି, ଗ୍ରୀନ ସିଗନାଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ସେହି ଟ୍ରାଫିକ୍‌ ପୋଷ୍ଟରେ ଓଭରବ୍ରିଜ୍‌ ନିର୍ମାଣ ହେବ । ନଚେତ୍‌ ଆପ୍ରୋଚ୍‌ ରୋଡର ବ୍ୟବସ୍ଥା ହେବ । ଖୁବ୍‌ଶୀଘ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । 

ଟ୍ୱିନ୍‌ସିଟି ମଧ୍ୟରେ ଯାତାୟାତ ସୁଗମ କରିବାକୁ ମେଟ୍ରୋ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ବଜେଟ ସ୍ଥିତି ସମୀକ୍ଷା ପରେ ଦରକାର ପଡି଼ଲେ, କେନ୍ଦ୍ର ସରକାରଙ୍କଠାରୁ ସହଯୋଗ ନିଆଯିବ । ଡବଲ ଇଞ୍ଜିନ ସରକାର ନିଶ୍ଚିତ ଭାବେ ଏଥିରେ ଓଡି଼ଶାକୁ ସହଯୋଗ କରିବେ । ମେଟ୍ରୋ ଏକ ବଡ଼ ପ୍ରକଳ୍ପ । ଏହି କାମକୁ କିଭଳି ତ୍ୱରାନିତ ଢ଼ଙ୍ଗରେ କରିବାକୁ ହେବ? ବର୍ଷା ଦିନେ ବି କେମିତି କାମ ଚାଲିବ? ସେନେଇ ଖୁବ୍‌ଶୀଘ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟର ସବୁ ସହରାଞ୍ଚଳ ଅପରାଧମୁକ୍ତ କରାଯିବ । ରାଜଧାନୀକୁ ଏ ଦିଗରେ ପ୍ରାଥମିକତା ଦିଆଯିବ । ଅପରାଧ ନିୟନ୍ତ୍ରଣ ପାଇଁ ସବୁ ମ୍ୟୁନିସିପାଲିଟି ଓ କର୍ପୋରେସନ ଅଞ୍ଚଳରେ ସିସି କ୍ୟାମେରା ଖଞ୍ଜାଯିବ । ସବୁ କର୍ପୋରେସନକୁ ପୂର୍ଣ୍ଣ ଆଲୋକୀକରଣ କରାଯିବ । ସେନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.