ପ୍ରମୂଖ ଖବର
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ନୀଳଗିରି ଅଖିଳ ଭାରତ କୃଷକ ସଭା ତରଫରୁ ରାସ୍ତାରୋକ, ରାସ୍ତା ମରାମତି ଓ ହାତୀ ଉପଦ୍ରବରୁ ଧନଜୀବନ ସୁରକ୍ଷା ଦାବି

ନୀଳଗିରି, ୨୦/୮ : ବାଲେଶ୍ୱର ଜିଲ୍ଲା ଅଖିଳ ଭାରତ କୃଷକ ସଭା ନୀଳଗିରି ଶାଖା ତରଫରୁ ବାଉଁଶବଣିଆ ଛକ ଠାରେ ବଉଳଗଡ଼ିଆ- ନୀଳଗିରି ରାସ୍ତାରୋକ କରି ପ୍ରତିବାଦ କରାଯାଇଛି। ଜଙ୍ଗଲୀ ହାତୀ ଉପଦ୍ରବରୁ ସୁରକ୍ଷା ଓ ବଉଳଗଡ଼ିଆ ରାସ୍ତାର ଦୂରାବସ୍ଥା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି। 

ସୂଚନାନୁଯାୟୀ, କୂଳଡିହା ଅଭୟାରଣ୍ୟରୁ ଦୈନନ୍ଦିନ ହାତୀ ଆସି ନୀଳଗିରି ଅଞ୍ଚଳରେ ବାଡ଼ିଘରେ ଉପଦ୍ରବ କରୁଛନ୍ତି। ଚାଷଜମି ନଷ୍ଟ କରୁଛନ୍ତି। ବାରମ୍ଵାର ଅଭିଯୋଗ କଲେ ମଧ୍ୟ ବନବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ନୀଳଗିରି ବଉଳଗଡ଼ିଆ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଦୁର୍ଘଟଣାରେ ବହୁ ପ୍ରାଣହାନି ହେଉଛି। ରାସ୍ତା ମରାମତି ଓ ହାତୀ ଉପଦ୍ରବରୁ ଧନଜୀବନ ସୁରକ୍ଷା ଦାବିରେ ମଙ୍ଗଳବାର ସ୍ଥାନୀୟ ସିପିଆଇ ତଥା କୃଷକନେତା ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ଏହି ରାସ୍ତାରୋକ କରାଯାଇ ପ୍ରତିବାଦ କରାଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.