ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଗାଣ ବର୍ଷା : କଇଁପୁର-ବଡପାଚେଡିଆ ରାସ୍ତାରେ ପାହାଡରୁ ଖସିଲା ପଥର ଓ ମାଟି ଅତଡା, ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ଼(ଗଜପତି)୨୦।୩ :-  ଲଘୁଚାପ ପ୍ରଭାବରେ ତିନି ଦିନ ଧରି ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଏହାର ପ୍ରଭାବରେ କଇଁପୁର ଠାରୁ ବଡପାଚେଡିଆ ରାସ୍ତା  ମଧ୍ୟରେ ପାହାଡରୁ  ମାଟି ଅତଡା  ଓ ପଥର ଖସି ରାସ୍ତା ଉପରେ ପଡି ରହିଛି । ଫଳରେ ଓଡିଶା ରାସ୍ତାରୁ ବିଚ୍ଛିନ୍ନ ହୋଇଛି ଗଙ୍ଗାବାଡ ପଞ୍ଚାୟତ ।

କଇଁପୁର ଠାରୁ ବଡପାଚେଡିଆ ରାସ୍ତାରେ  ଲଗାଣ ବର୍ଷାରେ  ନିର୍ମାଣଧିନ ପଥର ପ୍ୟାକିଂ ରାସ୍ତା ଧୋଇ ହୋଇ ନଷ୍ଟ ହୋଇଯାଇଛି।  ଯାହା ଫଳରେ ପାହାଡର ମାଟି ଅତଡା ଓ ପଥର ଗୁଡିକ ରାସ୍ତା ଉପରେ ପଡି ରହିଛି । ଫଳରେ ଏହି ରାସ୍ତା ଉପରେ କୋଡିଏରୁ ଅଧିକ ନିର୍ଭର କରୁଥିବା ଗ୍ରାମବାସୀଙ୍କ ଯାତାୟତ ଏକ ପ୍ରକାର ଠପ୍ ହୋଇପଡିଛି । ବର୍ଷା ଲାଗିରହିଥିବା ହେତୁ ଉକ୍ତ ରାସ୍ତା ଦେଇ ଯିବାଆସିବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଓଡିଶା ରାସ୍ତାରୁ ବିଚ୍ଛିନ୍ନ ହୋଇଛି ଗଙ୍ଗାବାଡ ପଞ୍ଚାୟତ । ଏହି ରାସ୍ତା ଓଡିଶା ତଥା ବ୍ଲକ ସଦରକୁ ସଂଯୋଗ କରୁଥିବାରୁ ଗୁରୁତ୍ବପୂର୍ଣ୍ଣ ଅଟେ । ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l

ଆହୁରି ପଢନ୍ତୁ : କୁଳଡିହା ଅଭୟାରଣ୍ୟରେ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ ଜବତ , ଜଣେ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.