ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ହିନ୍ଦୁସ୍ତାନ ଏକ ହିନ୍ଦୁ ରାଷ୍ଟ୍ର ଏବଂ ସମସ୍ତ ଭାରତୀୟ ହିନ୍ଦୁ ଅଟନ୍ତି : ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଭାରତ ଏକ ହିନ୍ଦୁ ରାଷ୍ଟ୍ର । ସେ କହିଛନ୍ତି ଯେ ଆଦର୍ଶଗତ ଭାବରେ ସମସ୍ତ ଭାରତୀୟ ହିନ୍ଦୁ ଏବଂ ହିନ୍ଦୁର ଅର୍ଥ ସମସ୍ତ ଭାରତୀୟ ଅଟନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଆଜି (ଶୁକ୍ରବାର) ମହାରାଷ୍ଟ୍ରର ନାଗପୁରରେ ଏହି ଟିପ୍ପଣୀ ଦେଇଛନ୍ତି । ସେ ଏକ ଦୈନିକ ଖବର କାଗଜର ନୂତନ କୋଠା ଉଦଘାଟନୀ ଉତ୍ସବରେ ଏହା କହିଛନ୍ତି । 

 ଆରଏସଏସ ମୁଖ୍ୟ ଭାଗବତ କହିଛନ୍ତି ଯେ, “ହିନ୍ଦୁସ୍ତାନ (ଭାରତ) ଏକ‘ହିନ୍ଦୁ ରାଷ୍ଟ୍ର ’ଏବଂ ଏହା ଏକ ସତ୍ୟ । ଆଦର୍ଶଗତ ଭାବରେ ସମସ୍ତ ଭାରତୀୟ ହିନ୍ଦୁ ଏବଂ ହିନ୍ଦୁ ଅର୍ଥ ସମସ୍ତ ଭାରତୀୟ । ଆଜି ଯେଉଁମାନେ ଭାରତରେ ଅଛନ୍ତି ସେମାନେ ହିନ୍ଦୁ ସଂସ୍କୃତି, ହିନ୍ଦୁ ପୂର୍ବଜ ଏବଂ ହିନ୍ଦୁ ଭୂମି ସହ ସମ୍ବନ୍ଧିତ । ଏହା ବ୍ୟତୀତ ଆଉ କିଛି ନୁହେଁ । 

ଭାଗବତ କହିଛନ୍ତି, “କିଛି ଲୋକ ଏହାକୁ ବୁଝିଛନ୍ତି, କେତେକ ସେମାନଙ୍କ ଅଭ୍ୟାସ ଏବଂ ସ୍ୱାର୍ଥପରତା ଯୋଗୁଁ ଏହାକୁ ବୁଝିବା ପରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରୁନାହାଁନ୍ତି।” ଏହା ବ୍ୟତୀତ କିଛି ଲୋକ ଏପର୍ଯ୍ୟନ୍ତ ବୁଝି ନାହାଁନ୍ତି କିମ୍ବା ଭୁଲି ଯାଇଛନ୍ତି ।

 ଖବରକାଗଜ କାର୍ଯ୍ୟାଳୟରେ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଖବରରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯିବା ଉଚିତ ଏବଂ ଏହାର ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବା ବେଳେ ନିରପେକ୍ଷ ଏବଂ ତଥ୍ୟ ଭିତ୍ତିକ ହେବା ଉଚିତ । ଭାଗବତ କହିଛନ୍ତି ଯେ 'ଆମର ଆଦର୍ଶ' ସମଗ୍ର ବିଶ୍ୱରେ ଚାହିଦା ରହିଛି । ସେ କହିଛନ୍ତି ଯେ ବାସ୍ତବରେ ଏହି ଆଦର୍ଶ ପାଇଁ କୌଣସି ବିକଳ୍ପ ନାହିଁ । ସେ କହିଛନ୍ତି, “ସମସ୍ତେ ଏହା ବୁଝିଛନ୍ତି। କେହି କେହି ଏହାକୁ ଗ୍ରହଣ କରନ୍ତି, କେହି କେହି ଗ୍ରହଣ କରନ୍ତି ନାହିଁ । ରିପୋର୍ଟ ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। 

 

Copyright © 2022 - Summa Real Media Private Limited. All Rights Reserved.